ବିବାହକୁ ବଳିଗଲାଣି ‘ଶୋଭାଯାତ୍ରା ଅନୁମତି’ ଯନ୍ତ୍ରଣା: ଅଫିସ୍‌ ଦୌଡ଼ି ଦୌଡ଼ି ନୟାନ୍ତ

ବର୍ତ୍ତମାନ ବିବାହ ଋତୁ। ଏଥିପାଇଁ ରାଜଧାନୀର ବିଭିନ୍ନ ମଣ୍ଡପ ଓ ହୋଟେଲ ଦୁଇ ମାସ ଆଗରୁ ବୁକ୍‌ ହୋଇଯାଇଛି। ଏମିତିକି ବିଭିନ୍ନ କଲ୍ୟାଣ ମଣ୍ଡପ, କ୍ଲବ୍‌ ମଧ୍ୟ କିଛି ଦିନ ପାଇଁ ଫାଙ୍କା ନାହିଁ। ମଣ୍ଡପ ସିନା ସହଜରେ ବୁକିଂ ହୋଇଯାଉଛି।

ggdjdgjcbn

ଭୁବନେଶ୍ବର: ବର୍ତ୍ତମାନ ବିବାହ ଋତୁ। ଏଥିପାଇଁ ରାଜଧାନୀର ବିଭିନ୍ନ ମଣ୍ଡପ ଓ ହୋଟେଲ ଦୁଇ ମାସ ଆଗରୁ ବୁକ୍‌ ହୋଇଯାଇଛି। ଏମିତିକି ବିଭିନ୍ନ କଲ୍ୟାଣ ମଣ୍ଡପ, କ୍ଲବ୍‌ ମଧ୍ୟ କିଛି ଦିନ ପାଇଁ ଫାଙ୍କା ନାହିଁ। ମଣ୍ଡପ ସିନା ସହଜରେ ବୁକିଂ ହୋଇଯାଉଛି। କିନ୍ତୁ ବିବାହ ଶୋଭାଯାତ୍ରା ଅନୁମତି ପାଇଁ ହଟହଟା ହେବାକୁ ପଡ଼ୁଛି। ଏଥିପାଇଁ ଡିସିପି ଅଫିସ,‌ ସ୍ଥାନୀୟ ପୁଲିସ ଥାନାକୁ ଧାଇଁ ଧାଇଁ ଲୋକେ ନୟା‌ନ୍ତ ‌ହେଲେଣି। କିନ୍ତୁ ଅନୁମତି ମିଳୁନି। ଗତ ଦୁଇଦିନ ହେଲା ଡିସିପି କାର୍ଯ୍ୟାଳୟର ଲାଇସେନ୍ସ ସେଲ୍ ବନ୍ଦ ଥିବାରୁ କିଛି ଲୋକଙ୍କୁ ଅନୁମତି ମିଳି ନଥିବାରୁ ଏହାକୁ ନେଇ ଲୋକେ ଦ୍ବନ୍ଦ୍ବରେ ଅଛନ୍ତି। ସେହିପରି. ଯଦି ସରକାରୀ ଜାଗାରେ  ବିବାହ ଆୟୋଜନ କରିବାକୁ କେହି ଚାହୁଛନ୍ତି, ତାଙ୍କୁ ୫/୬ଟି ଅଫିସ୍‌ରୁ ଏନ୍‌ଓସି ଆଣିବାକୁ କୁହାଯାଉଛି। ବିଚରା ବ୍ୟକ୍ତିଟି ପୁଅ/ଝିଅ ବାହାଘର ଆୟୋଜନ କରିବ କ’ଣ, ରାଜଧାନୀର ଗୋଟିଏ ପରେ ଗୋଟିଏ ଅଫିସ୍‌କୁ ଏନ୍‌ଓସି ପାଇଁ ଧାଇଁ ଧାଇଁ ତାର ସମୟ ଯାଉଛି।

ଡିସିପି କାର୍ଯ୍ୟାଳୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା‌ ଦାବି

ଆଇନଜୀବୀ ଶ୍ରୀକାନ୍ତ ନନ୍ଦଙ୍କ ସମ୍ପର୍କୀୟଙ୍କ ୨୩ ତାରିଖ ଦିନ ବାହାଘର ପାଇଁ ମଣ୍ଡପ ନ ମିଳିବାରୁ ସେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏକ ଦୁର୍ଗାପୂଜା କମିଟି ପଡ଼ିଆକୁ ବୁକ୍ କରିଥିଲେ। ଏଥିପାଇଁ ସେ ୧୪ ତାରିଖ ଦିନ ଡିସିପି ଅଫି‌ସରେ ଅନୁମତି ପାଇଁ ଆବେଦନ କରିଥିଲେ। ଡିସିପି ଅଫିସରୁ ଆଉ ଏକ ଫର୍ମ ଦିଆଯାଇଥିଲା। ସରକାରୀ ଜମିରେ ବିବାହ ଅନୁମତି ପାଇଁ ଫାୟାର୍, ଜିଏ‌, ବିଏମ୍‌ସି, ଆର୍‌ଆଣ୍ଡଡବ୍ଲ୍ୟୁ, ବିଦ୍ୟୁତ୍ ସହିତ ‌ସ୍ଥାନୀୟ ଥାନାରୁ ଏନ୍‌ଓସି ଆବଶ୍ୟକ ଥିବାରୁ ଶ୍ରୀ ନନ୍ଦ ସବୁ ବିଭାଗର କାର୍ଯ୍ୟାଳୟକୁ ଯାଇ ଅନୁମତି ମାଗିଥିଲେ। କିନ୍ତୁ ସଂପୃକ୍ତ ଅଫିସରୁ ଅନୁମତି ମିଳିବ କ’ଣ, ଦୁଇ ଦିନ ପରେ ଆସନ୍ତୁଳି କହି ସମୟ ଗଡ଼ାଇ ଚାଲି‌ଲେ। ୬ ଦିନ ମଧ୍ୟରେ ସେ ମାତ୍ର ୨ଟି ବିଭାଗରୁ ଏନ୍‌ଓସି ଆଣିପାରି ଥିଲେ। ବାକି ବିଭାଗରୁ ଏନ୍‌ଓସି ମିଳି ପାରିଲା ନାହିଁ। କେବଳ ଶ୍ରୀ ନନ୍ଦ ନୁହନ୍ତି,  ବହୁ ଲୋକ ସମାନ ଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି କିଛି ଦଲାଲ।

ବିବାହର କାମ ବୋଝ ପାଇଁ ସବୁ ବିଭାଗ ବୁଲି ପାରୁ ନଥିବା ସାଧାରଣ ଲୋକଟିଏ ବାଧ୍ୟ ହୋଇ ଦଲାଲ ହାବୁଡ଼ରେ ପଡ଼ୁଛନ୍ତି।  ଯେତିକି ଟଙ୍କା ଖର୍ଚ୍ଚ ହେବା କଥ‌ା ତାର ଦୁଇ ତିନି ଗୁଣ ଟଙ୍କା ଦଲାଲମାନେ ସାଧାରଣ ଲୋକଙ୍କଠାରୁ ନେଇଯାଉଛନ୍ତି। ଏପରିକି ବିବାହ ଶୋଭାଯାତ୍ରାରେ ସାଉଣ୍ଡ୍‌ ଅନୁମତି ପାଇଁ ମଧ୍ୟ ଲୋକଙ୍କୁ ହଟହଟା ହେବାକୁ ପଡ଼ୁଛି। ସବୁ କାଗଜପତ୍ର ଦେଲେ ମଧ୍ୟ ପୁଲିସ ପକ୍ଷରୁ ଅନୁମତି ମିଳିବାରେ ବିଳମ୍ବ ହେଉଥିବା କିଛି ଲୋକ ଅଭିଯୋଗ କରିଛନ୍ତି। ତେଣୁ ଏହି ଅବ୍ୟବସ୍ଥାକୁ ଯଥାଶୀଘ୍ର ସମାଧାନ କରି ଯେପରି ଗଣେଶ ପୂଜା‌, ଦଶହରା ସମୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇ ଅନୁମତି ପ୍ରଦାନ କରାଯାଉଛି, ସେହିଭଳି ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରାଯାଇଛି। ଏନେଇ ଡିସିପି ଜଗମୋହନ ମୀନା କହିଛନ୍ତି ‌ଯେ, ଏନେଇ କୌଣସି ଅଭି‌ଯୋଗ ଆସିନାହିଁ। ଲୋକଙ୍କ ସୁବିଧା ଓ ସହଜରେ ଯେପତି ଅନୁମତି ପାଇ ପାରିବେ ସେ ନେଇ ଲାଇସେନ୍ସ ସେଲଥକୁ ଲୋକଙ୍କ ହିସାବରେ ସରଳୀକରଣ ନିର୍ଦ୍ଦେଶ ଦିଆ‌ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe