ଅଷ୍ଟମ ସ୍ମୃତି ସଭାରେ ‘ବିଜୟିନୀ’ ଉନ୍ମୋଚିତ: ସଂଘମିତ୍ରା ଭଞ୍ଜଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ବରୀ ସମ୍ମାନ

Advertisment
ଅଷ୍ଟମ ସ୍ମୃତି ସଭାରେ ‘ବିଜୟିନୀ’ ଉନ୍ମୋଚିତ: ସଂଘମିତ୍ରା ଭଞ୍ଜଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ବରୀ ସମ୍ମାନ

ଭୁବନେଶ୍ବର: ସ୍ମୃତି ହିଁ ଜୀବନ। ସ୍ମୃତିହୀନତା ହେଉଛି ମୃତ୍ୟୁ। କେବଳ ସେହିମାନଙ୍କ ସ୍ମୃତି ଚିରସ୍ମରଣୀୟ, ଯାହାଙ୍କ କଥା ମନେ ପଡ଼ିବା ମାତ୍ରେ ତାଙ୍କ ପ୍ରତି ମନରେ ସ୍ବତଃ ସମ୍ମାନ ଉପୁଜିଥାଏ। ଗୁରୁବାର ସନ୍ଧ୍ୟାରେ ହୋଟେଲ ସ୍ବସ୍ତି ଗ୍ରାଣ୍ଡ୍‌ରେ ବିଜୟିନୀ ସ୍ମୃତି ଟ୍ରଷ୍ଟ ତରଫରୁ ଆୟୋଜିତ ଅଷ୍ଟମ ବିଜୟିନୀ ସ୍ମୃତି ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ଫିଚର ସମ୍ପାଦକ ଡ. ଗୌରହରି ଦାସ ଏହା କହିଛନ୍ତି। ସେ ପୁଣି କହିଛନ୍ତି ଯେ କରୋନା ଯୋଗୁଁ ବହୁ ପରିବର୍ତ୍ତନ ଆସିଛି। ତେବେ ମଣିଷ ଭିତରେ ପରିବର୍ତ୍ତନ ଆସିଲେ, ଇତିହାସର ମୋଡ଼ ବଦଳିଯିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ, ଡ. ଆଦିକନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ପ୍ରଫେସର ବିଜୟିନୀ ମହାନ୍ତିଙ୍କର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପତ୍ରିକା ‘ବିଜୟିନୀ -୨୦୨୧’ ଉନ୍ମୋଚିତ ହୋଇଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ‘ବିପଦ ହିଁ ବିବର୍ତ୍ତନର ଜନନୀ’କୁ ନେଇ ବହୁ ସକରାତ୍ମକ ପ୍ରସଙ୍ଗ ଏହି ପତ୍ରିକାରେ ରହିଛି। ଏଥିରେ ୫୯ଟି ପ୍ରବନ୍ଧ, ଗଳ୍ପ ଓ କବିତା ସ୍ଥାନ ପାଇଛି। ଏହି ସ୍ମୃତି ସଭାରେ ୪୦ ଜଣ ଲେଖକ, ଲେଖିକାଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟର ସହଯୋଗୀ ଅଧ୍ୟାପିକା ଡ. ସଂଘମିତ୍ରା ଭଞ୍ଜଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ବରୀ ସମ୍ମାନ ପ୍ରଦାନ କରାଯାଇଥିଲା। ବିଜୟିନୀ ସ୍ମୃତି ଟ୍ରଷ୍ଟର ସଭାପତି ଡାକ୍ତର ଇନ୍ଦ୍ରମଣି ଜେନା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe