ବିଲ ବାଡ଼ରେ ବିଦ୍ୟୁତ୍ ସଂଯୋଗ, ବାର୍‌ହା ବଦଳରେ ମହିଳା ମୃତ

Advertisment

କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ବିଲ ମାଲିକ ଗିରଫ

କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ବିଲ ମାଲିକ ଗିରଫ

ଚେୟ‌ାରରେ ଟଳିପଡ଼ିଲେ ଶତାୟୁ

image source--new indian express

ବାରଙ୍ଗ/ମେଣ୍ଢାଶାଳ: ଧାନ ବିଲକୁ ବାର୍‌ହା ଓ ହାତୀଙ୍କ କବଳରୁ ରକ୍ଷା କରିବାକୁ ଜମି ମାଲିକ ତାର ବଡ଼ରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ମାତ୍ର ଦୁର୍ଭାଗ୍ୟକୁ ଆଜି ଉକ୍ତ ବାଡ଼ ସଂସ୍ପର୍ଶରେ ଆସି ଜଣେ କୃଷି ଶ୍ରମିକ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣଟି ଚନ୍ଦକା ଥାନା ଅନ୍ତର୍ଗତ କୁଜୁମହଲ ଗ୍ରାମରେ ଘଟିଛି। ମୃତକ ହେଲେ ସ୍ଥାନୀୟ ଆଦିବାସୀସାହିର ନିବାସ ମାଝୀଙ୍କ ସ୍ତ୍ରୀ କ୍ଷୀର ମାଝୀ(୫୫)। ଜମି ମାଲିକଙ୍କଠାରୁ କ୍ଷତିପୂରଣ ଦାବି କରି ଲୋକମାନେ ଟାୟାର୍‌ ଜାଳି ବାରଙ୍ଗ-ପିତାପଲ୍ଲୀ ରାସ୍ତା ଅବରୋଧ କରିଥିଲେ। ଚନ୍ଦକା ଥାନା ପୁଲିସ ଜମି ମାଲିକଙ୍କୁ ଅଟକ ରଖି ତଦନ୍ତ କରୁଥିବା‌ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିବା ଜଣାପଡ଼ିଛି। ଜମି ମାଲିକ କ୍ଷତିପୂରଣ ଦେବାକୁ ରାଜି ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ କ୍ଷୀର ଜନୈକ ବ୍ୟକ୍ତିଙ୍କ ବିଲରୁ କାମ ସାରି ଘରକୁ ଫେରୁଥିଲେ। ବାଟରେ ସେହି ଗ୍ରାମର ଗୋପାଳ ଚନ୍ଦ୍ର ସାହୁଙ୍କ ବିଲ ପଡ଼େ। ଗୋପାଳ ନିଜ ବିଲ ହିଡ଼ରେ ତାର ବାଡ଼ ଦେଇଥିଲେ ଓ ରାତିରେ ବାରାହ୍ ଓ ହାତୀ ଯେମିତି ଫସଲ ନଷ୍ଟ କରିପାରିବେ ନାହିଁ, ସେଥିପାଇଁ ରାତିରେ ତାର ବାଡ଼ରେ ବିଦ୍ୟୁତ୍ ସଂଯୋଗ କରୁଥିଲେ। କିନ୍ତୁ ଅପରାହ୍ଣ ହୋଇଥିବାରୁ ଓ ବିଦ୍ୟୁତ୍ ସଂଯୋଗ ସମୟ ହୋଇନଥିବାରୁ କ୍ଷୀର ସେହି ହିଡ଼ରେ ଘରକୁ ଫେରିଥିଲେ। ଫଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚନ୍ଦକା ଥାନା ଅଧିକାରୀ ମୃତଦେହ ଜବତ କରି କ୍ୟାପିଟାଲ ହସ୍‌ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏହି ଖବର ଗାଁରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ ଟାୟାର୍ ଜାଳି ବାରଙ୍ଗ-ପିତାପଲ୍ଲୀ ରାସ୍ତା ଅବରୋଧ କରିଥିଲେ। ଜମି ମାଲିକଠାରୁ କ୍ଷତିପୂରଣ ଦାବି କରି ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ସରପଞ୍ଚ ଦିଲ୍ଲୀପ ସାମନ୍ତରାୟ ଓ ପୁଲିସ ସେମାନଙ୍କୁ ବୁଝାଶୁଝା କରିଥିଲା ଓ ଜମି ମାଲିକ ଗୋପାଳ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ଗୋପାଳଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe