ଧରାପଡ଼ିଗଲା ଠାଉକା ମହିଳା: ୩୦ ହଜାର ଟଙ୍କା, ଗହଣା ଜବତ

Advertisment

ସୁଯୋଗ ଉଣ୍ଡି ପଡ଼ୋଶୀଙ୍କ ଘରୁ ଟଙ୍କା ଓ ଗହଣା ଚୋରି କରିଥିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିକାଶନଗରର ଲିପ୍ସା ମହାପାତ୍ର(୩୦)। ପୁଲିସ ତା’ ନିକଟରୁ ପଡ଼ୋଶୀଙ୍କ ଘରୁ ଚୋରି ହୋଇଥିବା ୩୦ ହଜାର ଟଙ୍କା ଓ ସୁନା ଗହଣା ସବୁ ଜବତ କରିଛି। 

ସୁଯୋଗ ଉଣ୍ଡି ପଡ଼ୋଶୀଙ୍କ ଘରୁ ଟଙ୍କା ଓ ଗହଣା ଚୋରି କରିଥିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିକାଶନଗରର ଲିପ୍ସା ମହାପାତ୍ର(୩୦)। ପୁଲିସ ତା’ ନିକଟରୁ ପଡ଼ୋଶୀଙ୍କ ଘରୁ ଚୋରି ହୋଇଥିବା ୩୦ ହଜାର ଟଙ୍କା ଓ ସୁନା ଗହଣା ସବୁ ଜବତ କରିଛି। 

dgjgdjgdjyy

ଜଟଣୀ: ସୁଯୋଗ ଉଣ୍ଡି ପଡ଼ୋଶୀଙ୍କ ଘରୁ ଟଙ୍କା ଓ ଗହଣା ଚୋରି କରିଥିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିକାଶନଗରର ଲିପ୍ସା ମହାପାତ୍ର(୩୦)। ପୁଲିସ ତା’ ନିକଟରୁ ପଡ଼ୋଶୀଙ୍କ ଘରୁ ଚୋରି ହୋଇଥିବା ୩୦ ହଜାର ଟଙ୍କା ଓ ସୁନା ଗହଣା ସବୁ ଜବତ କରିଛି। 

ପୁଲିସ ସୂଚନାନୁସାରେ ବିକାଶନଗର ଅଞ୍ଚଳରେ ଉଭୟ ଅଭିଯୋଗକାରୀ ସଞ୍ଜୟ କୁମାର ସାହୁ ଓ ଲିପ୍ସା ରହୁଛନ୍ତି। ପଡ଼ୋଶୀ ହିସାବରେ ସଞ୍ଜୟଙ୍କ ଘରକୁ ଲିପ୍ସାର ଯା’ଆସ ଥିଲା। ସଞ୍ଜୟଙ୍କ ଘରେ କୋଉଠି କ’ଣ ରହିଛି, ସେନେଇ ଲିପ୍ସାକୁ ସବୁ ଜଣାଥିଲା। ସଞ୍ଜୟଙ୍କ ପରିବାରର ସମସ୍ତେ ଲିପ୍ସାକୁ ବିଶ୍ବାସ କରୁଥିଲେ। କିନ୍ତୁ ଲିପ୍ସା ଛକିଥିଲା ସୁଯୋଗକୁ। ଗତକାଲି ସଞ୍ଜୟଙ୍କ ପରିବାର କୌଣସି କାମରେ ବାହାରକୁ ଯାଇଥିଲେ। ଏହି ମଉକାରେ ଲିପ୍ସା ତାଲା ଭାଙ୍ଗି ତାଙ୍କ ଘରେ ପଶିଥିଲା। ଆଲ୍‌ମିରା ଚାବି କେଉଁଠି ଥାଏ, ତାକୁ ଜଣାଥିଲା। ତେଣୁ ବେଶ୍ ସହଜରେ ସେ ଆଲ୍‌ମିରାରୁ ୩୦ ହଜାର ଟଙ୍କା, ଗୋଟିଏ ହାର, ଏକ ଚେନ୍‌ ଓ ହଳେ ଶଙ୍ଖା ଚୋରି କରି ଛୁ’ ମାରିଥିଲା।

 ଘରକୁ ଫେରିବା ପରେ ସଞ୍ଜୟ ତାଲା ଭଙ୍ଗା ହୋଇଥିବା ଦେଖିଥିଲେ ଏବଂ ଘରେ ପଶିବା ପରେ ଚୋରି ହୋଇଛି ବୋଲି ଜାଣିଥିଲେ। ତୁରନ୍ତ ସେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। କବାଟ ତାଲା ଭଙ୍ଗା ହୋଇଥିବା ବେଳେ ଆଲ୍‌ମିରା ଚାବିରେ ଖୋଲା ହୋଇଥିବା ଜଣାପଡ଼ିଥିଲା। ଚାବିଟି ମଧ୍ୟ ଯଥାସ୍ଥାନରେ ଥିଲା। ତେଣୁ ଏହି ଚୋରି ପଛରେ କେହି ଜଣାଶୁଣା ଠାଉକା ଲୋକର ହାତ ଅଛି ବୋଲି ପୁଲିସ ସନ୍ଦେହ କରି ସଞ୍ଜୟଙ୍କୁ ପଚାରିଥିଲା। ଏହାପରେ ସଞ୍ଜୟଙ୍କ ସନ୍ଦେହ ଅନୁସାରେ ପୁଲିସ ଲିପ୍ସାକୁ ଉଠାଇ ନେଇ ସତ ବାହାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe