ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ଆଜି କାଠ ଅନୁକୂଳ ହୋଇଛି। ଆଜି ଶ୍ରୀପଞ୍ଚମୀ ତିଥି ଉପଲକ୍ଷେ ମହପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ ଓ ବାସୁଦେବ ସନ୍ଧ୍ୟାରେ ଶ୍ରୀରାମ ନଗରସ୍ଥିତ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ଦେବଦେବୀ ସେବାୟତମାନଙ୍କ ଗହଣରେ ଯାତ୍ରା କରିଥିଲେ। ସେଠାରେ ରଥ ପାଇଁ କାଠ ଚିରା ଅନୁକୂଳ ହୋଇଥିଲା। ନୀତି ପୂଜା ପରେ କୁରାଢ଼ିରେ ସେବାୟତ ଏକ ଆମ୍ବ ଗଛରେ ଛେଦନ କରି କାଠ ଚିରାର ଶୁଭାରମ୍ଭ କରିଥିଲେ। ଗତବର୍ଷ ପରି ପାଚେରି କଡ଼କୁ ଲାଗି ହୋଇଥିବା ସିଂହାସନରେ ଠାକୁର ପୂଜା ପାଇଥିଲେ। ଏହି ପାଚେରି ଯୋଗୁଁ ଶ୍ରୀପଞ୍ଚମୀ ପଡ଼ିଆ ଜବରଦଖଲ ହୋଇଥିବା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ମନ୍ଦିର ପ୍ରଶାସନ କିମ୍ବା ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଆଜି ଉକ୍ତ ଜମିକୁ ପୂଜା ପାଇଁ ଠାକୁର ଯିବା ବେଳେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କା ଥିବାରୁ ସେଠାରେ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା।
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ଅନୁକୂଳ
Advertisment
Follow Us