ନୃତ୍ୟ ଓ ସଂଗୀତ ମାଧ୍ୟମରେ ସାରା ବିଶ୍ବକୁ ଜୟ କରି ହେବ

Advertisment

ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜୟନ୍ତୀ, ଘନଶ୍ୟାମ ପଣ୍ଡାଙ୍କୁ ‘ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ

ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜୟନ୍ତୀ, ଘନଶ୍ୟାମ ପଣ୍ଡାଙ୍କୁ ‘ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ

ନୃତ୍ୟ ଓ ସଂଗୀତ ମାଧ୍ୟମରେ ସାରା ବିଶ୍ବକୁ ଜୟ କରି ହେବ

ଭୁବନେଶ୍ବର: ନୃତ୍ୟ ଓ ସଂଗୀତ ମାଧ୍ୟମରେ ସାରା ବିଶ୍ବକୁ ଜୟ କରି ହେବ। ଓଡ଼ିଶାର ନୃତ୍ୟ, ସଂଗୀତ, କଳା ଓ ସଂସ୍କୃତି ବେଶ୍‌ ଉଚ୍ଚକୋଟୀର। ଜଗନ୍ନାଥ ସଂସ୍କୃତି ପାଇଁ ବିଶ୍ବଦରବାରରେ ଭାରତର ସ୍ଥାନ ସ୍ବତନ୍ତ୍ର। ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଆଜି ଏହା କହିଛନ୍ତି। ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଲାଲ ଆହୁରି କହିଲେ ଯେ ରୁଷ୍‌ ଓ ୟୁକ୍ରେନ୍‌ ନିଜ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ସେଠାରେ ମାନବତାର ବିନାଶ ଘଟି ଚାଲିଛି। ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ‌ଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଓଡ଼ିଶା ସଂଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ‘ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦକୁ ୧ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଶାନ୍ତିଲତା ଛୋଟରାୟଙ୍କୁ ‘ସଙ୍ଗୀତ ସରସ୍ୱତୀ’, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ‘ବାଦ୍ୟ ସରସ୍ବତୀ’ ଓ ପଣ୍ଡିତ ଆର୍ତ୍ତତ୍ରାଣ ଶତପଥୀଙ୍କୁ ‘ଗୀତି ସରସ୍ବତୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୁବ ପ୍ରତିଭା ମନୋଜ ମାଟିଙ୍କୁ ‘ସଙ୍ଗୀତ ସୁଧାକର ସ୍ମୃତି ବୃତ୍ତି’ ପ୍ରଦାନ କରାଯାଇଥିଲା। ସେହିପରି କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, ସାମ୍ବାଦିକ କେଶବ ପାଣି ଓ ସୁକେଶ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe