ଭୁବନେଶ୍ଵର: ଦିନ କେଇଟା ପରେ ନୂଆବର୍ଷ। ବଦଳିଯିବ ତାରିଖ, ବଦଳିବ କ୍ୟାଲେଣ୍ଡର। ଏହା ପୂର୍ବରୁ ତଥ୍ୟଭିତ୍ତିକ ଆକର୍ଷଣୀୟ ପୃଷ୍ଠାରେ ବିଭିନ୍ନ ଦେବଦେବୀଙ୍କ ଆକର୍ଷଣୀୟ ରଙ୍ଗୀନ ଚିତ୍ର ସହ ପ୍ରକାଶ ପାଉଛି ନୂଆ କ୍ୟାଲେଣ୍ଡର। କେଉଁଥିରେ ଟ୍ରେନ୍‌ଚଳାଚଳ ସମୟ ତ କେଉଁଥିରେ ରାଶିଫଳ, ଗ୍ରହ ନିବାରଣ ଉପାୟ, ବାସ୍ତୁଶାସ୍ତ୍ର ସହିତ ପ୍ରେରଣାଦାୟୀ ବାର୍ତ୍ତା ରହିଛି। ପୃଷ୍ଠା ଓଲଟାଇଲେ ଦିନରୁ ଆରମ୍ଭ କରି ବର୍ଷର ଶୁଭକାଳ, ବିବାହ, ବ୍ରତ ସବୁର ତଥ୍ୟ ଜାଣି ହୋଇଯାଏ। ଆଜିକାର ଅନ୍‌ଲାଇନ୍‌ତଥା ଅତ୍ୟାଧୁନିକ ଯୁଗରେ ମଧ୍ୟ କ୍ୟାଲେଣ୍ଡର ତାର ଚାହିଦା ଅତୁଟ ରଖିଛି। ପ୍ରତ୍ୟେକ ହିନ୍ଦୁ ପରିବାରର ଏହା ଏକ ଜରୁରୀ ଆବଶ୍ୟକତା ହୋଇପଡ଼ିଛି। ଏଣୁ ଏକ ପ୍ରତିଯୋଗିତାମୂଳକ ପରିସ୍ଥିତିରେ ଯୁଗ ସହ ତାଳ ଦେଇ ପ୍ରକାଶକମାନେ ଏହାକୁ ତଥ୍ୟଭିତ୍ତିକ କରିବା ସହ ରଙ୍ଗୀନ ସାଜସଜ୍ଜାକୁ ବି ବିଶେଷ ଗୁରୁତ୍ବ ଦେଇଛନ୍ତି। ବଡ଼ ବଡ଼ କମ୍ପାନିମାନେ ବି ନିଜ ବିଜ୍ଞାପନ ପାଇଁ କ୍ୟାଲେଣ୍ଡରକୁ ଅସ୍ତ୍ର କରିବା ଆରମ୍ଭ କରିଛନ୍ତି। ବିଭିନ୍ନ ଡିଜାଇନ୍‌ର କ୍ୟାଲେଣ୍ଡର ପ୍ରସ୍ତୁତ କରି ନିଜ ଶୁଭ ଚିନ୍ତକଙ୍କୁ ଉପହାର ସ୍ବରୂପ ଦେଇ କମ୍ପାନିର ପ୍ରଚାରପ୍ରସାର କରୁଛନ୍ତି। ଆଗକୁ ନବ ବର୍ଷ ଆସୁଥିବା ବେଳେ ସେଭଳି କିଛି କ୍ୟାଲେଣ୍ଡରକୁ ନେଇ ଆମର ସ୍ଵତନ୍ତ୍ର ଉପସ୍ଥାପନା।।

Advertisment

Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ

କ୍ୟାଲେଣ୍ଡର କହୁଛି ‘ବ୍ୟକ୍ତିତ୍ୱ’ ଓ ‘ଭାଗ୍ୟର’ କଥା
 କେଉଁ ଦିନ କେଉଁ କାର୍ଯ୍ୟ କରାଯିବ, କେବେ ଶୁଭ ମୁହୂର୍ତ୍ତ ପଡ଼ୁଛି, ତାହା କ୍ୟାଲେଣ୍ଡର ତଥ୍ୟ ଆଧାରରେ ନିର୍ଦ୍ଧାରଣ କରାଯାଏ। ବର୍ତ୍ତମାନ କ୍ୟାଲେଣ୍ଡରଗୁଡ଼ିକରେ ପୂଜାପର୍ବାଣୀ, ଦିନର ତଥ୍ୟ ସହିତ ହସ୍ତରେଖା ବିଜ୍ଞାନ, ଶରୀରର ବିଭିନ୍ନ ଅଂଶର ଆକାର ଅନୁସାରେ ବ୍ୟକ୍ତିତ୍ୱ, ବାସ୍ତୁଶାସ୍ତ୍ର, ବିଭିନ୍ନ ପୂଜା ବିଧି, ବିଭିନ୍ନ ଗଛର ଭୂମିକା ମଧ୍ୟ ଉଲ୍ଲେଖ ରହୁଛି। ବ୍ୟବସାୟୀ ପ୍ରେମାନନ୍ଦଙ୍କ ମତରେ ବର୍ତ୍ତମାନ ବହୁ ଲୋକ ସାଧାରଣ କ୍ୟାଲେଣ୍ଡର ଅପେକ୍ଷା ବାସ୍ତୁ ଓ ଜ୍ୟୋତିଷଶାସ୍ତ୍ର ଆଦି ଥିବା କ୍ୟାଲେଣ୍ଡର ବେଶୀ ପସନ୍ଦ କରୁଛନ୍ତି। 

ଚାହିଦାରେ କଷ୍ଟମାଇଜ୍‌ଡ କ୍ୟାଲେଣ୍ଡର
ଥ୍ରୀ-ଡିରେ ନିଜର ବ୍ୟକ୍ତିଗତ ଫଟୋଠାରୁ ଆରମ୍ଭ କରି ପ୍ରିୟଜନ, ନିଜ କମ୍ପାନି, ବ୍ୟବସାୟିକ କ୍ଷେତ୍ରର ଫଟୋ ଲଗାଇବାକୁ ଲୋକେ ବେଶ୍‌ପସନ୍ଦ କରୁଛନ୍ତି ବୋଲି କହିଛନ୍ତି ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁ। ଲୋକମାନେ ନିଜ ଚାହିଦା ମୁତାବକ ଫଟୋ ଦେଇ ସ୍ଵତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରୁଛନ୍ତି। ଏପରିକି କିଛି ନିଜର ବିବାହ, ନିର୍ବନ୍ଧ ତଥା ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ମାସ ଓ ଦିନର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେହି ମାସର ମଧ୍ୟ କ୍ୟାଲେଣ୍ଡର ପ୍ରସ୍ତୁତ କରୁଛନ୍ତି।   

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ବୈଠକଘରର ଶୋଭା ବଢ଼ାଉଛି 
ନୂଆବର୍ଷରେ ସମସ୍ତେ କିଛି ନୂଆ କରିବା ପାଇଁ ସଂକଳ୍ପ ନିଅନ୍ତି। ଏପରିକି କିଛି ଛୋଟ ଛୋଟ ନୋଟ୍‌(ଚିହ୍ନିତ) କରି କାନ୍ଥରେ ମଧ୍ୟ ଲଗାନ୍ତି। ହେଲେ ଏହି ନୋଟ୍‌କୁ ଆହୁରି ଦୃଢ଼ତର ଓ ସମୟ ମଧ୍ୟରେ କରିବା ସହିତ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ ଡିଜାଇନ୍‌ର କ୍ୟାଲେଣ୍ଡର ପ୍ରସ୍ତୁତ ହେଉଛି। ଯେପରିକି କାଠରେ ନିର୍ମିତ ଫୁଲଦାନୀ, ପେନ୍‌ଷ୍ଟାଣ୍ଡ ଓ ନୋଟ୍‌, ଗୋଲାକୃତିର ତିନିସ୍ତରରେ ଦିନ, ମାସ, ତାରିଖ ସହିତ ପ୍ରିୟଜନଙ୍କ ଫଟୋ ଥିବା କ୍ୟାଲେଣ୍ଡର, ୩-ଡି ଡେସ୍କ ଟେବୁଲ କ୍ୟାଲେଣ୍ଡର ଆଦିର ଚାହିଦା ବଢ଼ିବାରେ ଲାଗିଛି। ଏହି କ୍ୟାଲେଣ୍ଡରଗୁଡ଼ିକରେ ବହୁ ଅନୁଚିନ୍ତା ମଧ୍ୟ ଉଲ୍ଲେଖ ହେଉଛି। ବିଶେଷ କରି ଅନ୍‌ଲାଇନରେ ଏଭଳି କ୍ୟାଲେଣ୍ଡରର ଚାହିଦା ବହୁତ ଅଧିକ।