ଆଇ ଫୋନ୍ କିଣିବାକୁ ଯାଇ ୯୦ ହଜାର ହରାଇଲେ ଯୁବ ଇଞ୍ଜିନିୟର

ଋଣ ନାଁରେ ଆକାଉଣ୍ଟ୍ ଖୋଲି ଠକେଇ: ପୁଲିସ୍ ପଞ୍ଝାରେ ୩ ସାଇବର୍ ଅପରାଧୀ

Sambad English

ଚନ୍ଦ୍ରଶେଖରପୁର: ଶୈଳଶ୍ରୀବିହାର ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନରେ ଏକ ଆଇ ଫୋନ୍ କିଣିବାକୁ ଯାଇ ୯୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ପ୍ରଥମେ ଚନ୍ଦ୍ରଶେଖରପୁର ଥାନା ଓ ପରେ ସାଇବର୍ ସେଲ୍‌ର ଦ୍ବାରସ୍ଥ ହୋଇଛନ୍ତି। ଘଟଣା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଯୁବ ଇଂଜିନିୟର ଯୁଗଳ କିଶୋର ସ୍ବାଇଁଙ୍କ ମୋବାଇଲକୁ ଏକ ମେସେଜ୍ ଆସିଥିଲା। ଯାହାକୁ ସେ କ୍ଲିକ୍ କରିବାରୁ ସେଥିରେ ଲିମିଟେଡ ପିରିୟଡ ପାଇଁ ଆଇଫୋନ୍‌ର କିଛି ନୂଆ ଏଡିସନ୍ ‌ଦେଖାଇଥିଲା। ବଜାର ଦରଠାରୁ କମ୍‌ ଦାମ୍‌ ଦେଖାଇବାରୁ ଯୁଗଳ ପ୍ରଲୋଭିତ ହୋଇ ସେହି ଆପ୍ଲିକେସନ୍‌କୁ କ୍ଲିକ୍‌ କରିବାରୁ ତାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା କଟି ଯାଇଥିଲା। ଏ ସମ୍ପର୍କରେ ଆଜି ସକାଳେ ଜାଣିବା ପରେ ସେ ଉକ୍ତ ସପିଂ ସଂସ୍ଥାକୁ କଲକରି ଫୋନ୍ ବିଷୟରେ ପଚାରିବାରୁ ଏପରି କୌଣସି ଅଫର୍ ଦିଆଯାଇନାହିଁ ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେ ସାଇବର୍ ଠକେଇର ଶିକାର ହୋଇଥିବା ଜଣିପାରି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe