ଦୟାକୁ ଡେଇଁ ପଡ଼ିଲେ ଯୁବକ

ଦୟାକୁ ଡେଇଁ ପଡ଼ିଲେ ଯୁବକ

ଧଉଳି : ଦୟାନଦୀକୁ ଡେଇଁ ରବିବାର ଅପରାହ୍‌ଣରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକଜଣକ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକ ଓ ଭସାଣି ଲାଗି ମୁତୟନ ଅଗ୍ନିଶମ ସେବା କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ଯୁବକ ହେଲେ କେନ୍ଦୁଝର ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳର ବୈଦ୍ୟନାଥ ପାତ୍ର(୩୪)। ପିସିଆର୍‌ ପୁଲିସ ବୈଦ୍ୟନାଥଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପ୍ରାଥମିକ ଚିକିତ୍ସା ପରେ ଥାନାକୁ ନେଇ ପଚରାଉଚରା କରିଥିଲେ। ସେ ମାନସିକ ବିକାରଗ୍ରସ୍ତ ବୋଲି ଜଣାଯାଇଛି। ସଂଧ୍ୟାରେ ଏଏସଆଇ ଅବନୀ ଶତପଥୀ ବୈଦ୍ୟନାଥଙ୍କୁ ଖାରବେଳ ନଗର ଅଞ୍ଚଳରେ ଥିବା ଏକ ଆଶ୍ରୟସ୍ଥଳୀରେ ଛାଡ଼ିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ତାଙ୍କ ପରିବାରଲୋକଙ୍କୁ ଏନେଇ ଥାନା ପକ୍ଷରୁ ଯୋଗାଯୋଗ କରାଯାଇଛି। ଘର ଲୋକ ପହଞ୍ଚିବା ପରେ ତାଙ୍କ ଜିମା ଦିଆଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ୨୦ ବର୍ଷ ତଳେ ବୈଦ୍ୟନାଥ ନିଖୋଜ ହୋଇଯାଇଥିଲେ। ଘରଲୋକଙ୍କ ସହ ତାଙ୍କର କୌଣସି ସଂପର୍କ ନଥିଲା। ଆଜି ଆନ୍ଧ୍ରପ୍ରଦେଶରୁ ଆସି ଭୁବନେଶ୍ବର ଷ୍ଟେସନ୍‌ରେ ଓହ୍ଲାଇଥିଲେ। ସେଠାରୁ ଆସି ଦୟାନଦୀରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe