କ୍ୟାପିଟାଲ ହସ୍ପିଟାଲରେ ଆବେଦନର ମାସେ ପରେ ବି ମିଳିନି ମୃତ୍ୟୁ ପ୍ରମାଣପତ୍ର

ସିଏମଓକୁ ଟ୍ବିଟ୍‌ କରି ଜଣାଇଲେ ଯୁବକ

କ୍ୟାପିଟାଲ ହସ୍ପିଟାଲରେ ଆବେଦନର ମାସେ ପରେ ବି ମିଳିନି ମୃତ୍ୟୁ ପ୍ରମାଣପତ୍ର

The Indian Express

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆବେଦନର ମାସେ ପରେବି ମିଳିନି ମୃତ୍ୟୁ ପ୍ରମାଣପତ୍ର। ଏଭଳି ଅଭିଯୋଗ କରିଛନ୍ତି ବରମୁଣ୍ଡାର କାଳିକୃଷ୍ଣ ରଣା। ଏନେଇ ସେ ସିଏମଓ ଓଡ଼ିଶା, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟ୍ବିଟ୍‌ କରି ଜଣାଇଛନ୍ତି। କାଳିକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ଫେବ୍ରୁଆରି ୨୬ ତାରିଖରେ ତାଙ୍କ ମା’ ଲିଲି ରଣା(୫୦)ଙ୍କର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଥିଲା। ଖଣ୍ଡଗିରି ଥାନାରୁ ମୃତ୍ୟୁ ରିପୋର୍ଟ ପାଇବା ପାଇଁ ତାଙ୍କୁ ଦେଢ଼ ମାସ ଲାଗି ଯାଇଥିଲା।

ଏପ୍ରିଲ ମାସ ୫ ତାରିଖରେ ମୃତ୍ୟୁ ରିପୋର୍ଟ ପାଇବା ପରେ ୧୨ ତାରିଖରେ ମୃତ୍ୟୁ ପ୍ରମାଣପତ୍ର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆବେଦନ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ତାହା ମିଳିନାହିଁ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ସୁନୀଲ ବାବୁ କହିଛନ୍ତି, ଏନେଇ ତାଙ୍କ ପାଖକୁ ଅଭିଯୋଗ ଆସି ନାହିଁ। ମୃତ୍ୟୁ ପ୍ରମାଣପତ୍ର ଦେବା ପୂର୍ବରୁ ଅନେକ ତର୍ଜମା ହୁଏ। ଛୋଟ-ବଡ଼ ତ୍ରୁଟି ଯୋଗୁଁ ପ୍ରମାଣପତ୍ର ଦେବାରେ ବିଳମ୍ବ ହୁଏ। କୌଣସି ସମସ୍ୟା ନଥିଲେ ଆବେଦନର ୨ ଘଣ୍ଟା ମଧ୍ୟରେ ମୃତ୍ୟୁ ପ୍ରମାଣପତ୍ର ଦିଆଯାଉଥିବା ଶ୍ରୀ ବାବୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe