ନ୍ୟୁଡ୍‌ କଲ୍ ସ୍କାମ୍‌ରେ ଫସିଲେ ଯୁବକ, ଗଣିଲେ ୨୫ ହଜାର ଟଙ୍କା

Advertisment
ବଙ୍ଗୀୟ ଦେହଜୀବୀଙ୍କ ନୂଆ ଠିକଣା ବସ୍ତି!

Asianet News Hindi

ଚନ୍ଦ୍ରଶେଖରପୁର: ସୋସିଆଲ ମିଡିଆରେ ବନ୍ଧୁତା। ଏହାପରେ ସମ୍ପର୍କ ବଢ଼ିବାରୁ ଅନଲାଇନ୍‌ରେ ଚାଟିଂ ଓ ଭିଡିଓ କଲ୍‌ କରି ଜଣେ ଯୁବକଙ୍କୁ ୨୫ହଜାର ଟଙ୍କା ତଣ୍ଡ ଦେବାକୁ ପଡ଼ିଛି। ଯୁବକ ଜଣକ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣାପଡ଼ିଛି। ଠକେଇର ଶିକାର ଯୁବକ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ମାମଲାକୁ ସାଇବର୍ ସେଲକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ଘଟଣା ଅନୁଯାୟୀ ଯୁବକ ଜଣକ କିଛିଦିନ ହେବ ଜଣେ ଯୁବତୀଙ୍କ ସହ ଭିଡିଓ କଲ୍‌ କରୁଥିଲେ। ଏ ବାବଦକୁ ସେ ମିନିଟ୍‌ ପିଛା ନିର୍ଧାରିତ ଅର୍ଥ ମଧ୍ୟ ଅନ୍‌ଲାଇନ୍ ମାଧ୍ୟମରେ ପଇଠ କରିଥିଲେ। ମାତ୍ର ଯୁବତୀ ଜଣକ ତାଙ୍କ ନ୍ୟୁଡ୍‌ ଭିଡିଓ କଲ୍‌କୁ ରେକର୍ଡିଂ କରି ଅଧିକ ଅର୍ଥ ଦାବି କରିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ କଟିଯାଇଥିଲା। ଉକ୍ତ ଭିଡିଓ ଡିଲିଟ୍‌ କରିବା ପାଇଁ ଯୁବତୀଙ୍କୁ ସମ୍ପୃକ୍ତ ଯୁବକ ତିନିଟି କିସ୍ତିରେ ମୋଟ ୨୫ହଜାର ଟଙ୍କା ଦେଇଥିଲେ। ହେଲେ ତାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ‌ଭାଇରାଲ କରିଦେବ ‌ବୋଲି କହି ଯୁବତୀଜଣକ ଅଧିକ ଅର୍ଥ ଦାବି କରି ବ୍ଲାକମେଲିଂ କରୁଥିଲେ। ଏହାପରେ ଯୁବକ ଜଣକ ପୁଲିସର ଦ୍ବାରସ୍ଥ ହୋଇଥିବା କହିଛନ୍ତି। ସୂଚନା ଅନୁଯାୟୀ ଝିଅଟି ଜଣେ ଅଣଓଡ଼ିଆ ସେ ଭୁବନେଶ୍ବରରେ ରହୁଥିବା ବେଳେ ରାତିରେ ଯୁବକଙ୍କୁ ଭିଡିଓ କଲିଂ ମାଧ୍ୟମରେ ଫସାଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe