ଭୁବନେଶ୍ବର/ମେଣ୍ଢାଶାଳ: ଏକାଠି ହୋଇ ଯୁବକଙ୍କୁ ଦେଶୀମଦ ଭାଟିକୁ ନେଇଗଲେ। ପ୍ରଚୁର ମଦ ପିଆଇ ମତୁଆଲା କଲେ। ନିଶା ଚଢ଼ିବା ପରେ ପଥରରେ ଛେଚି ହତ୍ୟା କଲେ। ପ୍ରମାଣ ନଷ୍ଟ ପାଇଁ ଚନ୍ଦକା ଜଙ୍ଗଲରେ ଫୋପାଡ଼ିଦେଲେ। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଚନ୍ଦକା ଥାନା ଗୋଡ଼ିବାରି ଅଞ୍ଚଳରେ। ମୃତ ଯୁବକ ଜଣଙ୍କ ହେଲେ ଯାଜପୁରଜିଲ୍ଲା ବଡ଼ଚଣା ଥାନା ନଳିଦା ଅଞ୍ଚଳର ଶତ୍ରୁଘ୍ନ ବିରୁଆ(୨୦)। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ହତ୍ୟା ବୋଲି ଜଣାପଡ଼ୁଥିଲେ ବି ଚନ୍ଦକା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ସନ୍ଦେହରେ ପୁଲିସ ଜଣେ ଟେଣ୍ଟ ମାଲିକଙ୍କ ସମେତ ୧୦ରୁ ଅଧିକଙ୍କୁ ଅଟକ ରଖି ଜେରା କରିଛି। ସେହିପରି ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ଦିଗକୁ ନେଇ ନମୁନା ସଂଗ୍ରହ କରିଛି।
Murder case: ବାପା ଓ ସାବତ ମା’ଙ୍କୁ ଛୁରି ଭୁସି ହତ୍ୟା
Bihar : ହତ୍ୟା କରି ଫେରାର ହେଉଥିଲେ ଅପରାଧୀ, ପିଟି ପିଟି ମାରିଦେଲେ ଗାଁ ଲୋକେ
ସୂଚନା ମୁତାବକ, ବହୁଦିନ ହେବ ଶତ୍ରୁଘ୍ନ ଯାଜପୁରରୁ ଆସି ଚନ୍ଦକା ଥାନା ମୁଣ୍ଡାସାହି ଅଞ୍ଚଳରେ ଥିବା ଏକ ଟେଣ୍ଟ ସଂସ୍ଥାରେ କାମ କରୁଥିଲେ। ରବିବାର ଦିନ ମାଲିକଙ୍କ ସ୍କୁଟି ଧରି କାମକୁ ବାହାରି ଯାଇଥିଲେ। ସକାଳୁ ଘରୁ ଯାଇଥିବା ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ସୋମବାର ଅପରାହ୍ଣ ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଉଥିବା ବେଳେ କେହି ଜଣେ ଯୁବକ ଟେଞ୍ଚ ନିକଟ ବୁଦାଳିଆ ସ୍ଥାନରେ ପଡ଼ିଥିବା ବେଳେ ତାଙ୍କୁ ପତ୍ରରେ ଘୋଡ଼ାଇଦିଆଯାଇଥିବା ଦେଖିଥିଲେ। ତାଙ୍କୁ ଯେତେ ଡ଼ାକିଥିଲେ ବି ସେ କୌଣସି ଜବାବ ଦେଇନଥିଲେ। ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଜବତ କରିଥିଲେ। ତାଙ୍କ ମୁହଁ ଛେଚି ହୋଇଥିବା ବେଳେ ଓ ଶରୀରରେ କ୍ଷତ ଚିହ୍ନ ରହିଥିବା ଦେଖି ସାଇଣ୍ଟିଫିକ୍ ଟିମ୍କୁ ଜଣାଇଥିଲେ। ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ନମୁନା ସଂଗ୍ରହ ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯାଇଥିଲା। ଅନ୍ୟ ଏକ ସ୍ଥାନରୁ ସ୍କୁଟିକୁ ଜବତ କରିଥିଲା।
ସ୍କୁଟି ଟି ଜଣେ ଟେଣ୍ଟ ମାଲିକଙ୍କର ବୋଲି ଜଣାପଡ଼ିଥିଲା। ଏମିତି ଗୋଟିଏ ପରେ ଗୋଟିଏ ତଥ୍ୟ ହାତାଇବା ପରେ ପୁଲିସ ଟେଣ୍ଟ ମାଲିକଙ୍କୁ ଡାକି ପଚରାଉଚରା କରିଥିଲା। ଜଣେ କର୍ମଚାରୀ ନିଖୋଜ ଥିବା ବେଳେ ସେ କାହିଁକି ଏ ସମ୍ପର୍କରେ ପୁଲିସକୁ ଅବଗତ କରାଇନଥିଲେ ବୋଲି ପୁଲିସ ପଚରାଉଚରା କରିଥିଲା। ଟେଣ୍ଟ ମାଲିକଙ୍କ ବୟାନ ଆଧାରରେ ଶତ୍ରୁଘ୍ନ ସହ ବନ୍ଧୁତା ଥିବା କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ପରେ ତାଙ୍କ ସହ ଶତ୍ରୁତା ଥିବା କିଛି ଯୁବକଙ୍କ ସମ୍ପର୍କରେ ତଥ୍ୟ ହାତେଇବା ପରେ ସେମାନଙ୍କୁ ମଧ୍ୟ ଥାନାକୁ ଆଣିଥିଲା। ଏମିତି ୧୦ରୁ ଅଧିକ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପୁଲିସ ଜେରା କରୁଛି। ପ୍ରେମ ସମ୍ପର୍କରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ଆସନ୍ତାକାଲି ଏହି ରହସ୍ୟମୟ ମୃତ୍ୟୁ ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/25/fshhfshfshf-2025-11-25-02-23-12.jpg)