ଆତ୍ମହତ୍ୟା କରୁ କରୁ ବର୍ତ୍ତିଗଲେ ଯୁବତୀ

Advertisment
ମୁଖିଆଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଲା ପରିବାର; କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର

The Financial Express

ଚନ୍ଦ୍ରଶେଖରପୁର: ‌ବିଶ୍ବାସ ରହିଛି ଯେ ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆତ୍ମହତ୍ୟା କରୁ କରୁ ବଞ୍ଚି ଯାଇଥିବା ଜଣେ ଯୁବତୀଙ୍କ ଘଟଣାରୁ ଏହା ପ୍ରମାଣିତ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯୁବତୀଜଣକ ଏକ କୋଠରୀରେ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ବେକ ଓ ଫ୍ୟାନ୍‌ରେ ବନ୍ଧା ହୋଇଥିବା ଚୁନୁରି ଛିଡ଼ି ପଡ଼ିବାରୁ ସେ ବଞ୍ଚି ଯାଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ଏବେ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଯୁବତୀଜଣକ ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ଏକ ‌ସରକାରୀ କାର୍ଯ୍ୟାଳୟରେ ଚାକିରି କରନ୍ତି। ‌ସେ ତାଙ୍କର ଦୁଇ ସହକର୍ମୀଙ୍କ ସହ ମିଶି ଏକ ତିନି ମହାଲା କୋଠାରେ ଭଡ଼ାରେ ରହୁଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟ ଭଲ ନଥିବା କହି ସେ କାର୍ଯ୍ୟାଳୟକୁ ଯାଇନଥିଲେ। ମଧ୍ୟାହ୍ନରେ ସେ ତାଙ୍କ ସାଙ୍ଗମାନଙ୍କୁ କାନ୍ଦି କା‌ନ୍ଦି ଫୋନ୍ କରିଥିଲେ। ସେ ଆତ୍ମହତ୍ୟା କରୁଛନ୍ତି ବୋଲି ସେମାନଙ୍କୁ କହି ଫୋନ୍‌ କାଟି ଦେଇଥିଲେ। ତେବେ ସହକର୍ମୀମାନେ ପଡ଼ୋଶୀମାନଙ୍କୁ ଫୋନ୍‌ କରି ଏହା ଜଣାଇବା ସହ ଚନ୍ଦ୍ରଶେଖରପୁର ଥାନାକୁ ମଧ୍ୟ ଜଣାଇଥିଲେ। ପଡ଼ୋଶୀମାନେ ଧାଇଁ ଯାଇ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ହେଁ ଭିତରୁ କବାଟ ବନ୍ଦ ଥିବାରୁ ସେମାନେ ଅସହାୟ ହୋଇ ପଡ଼ିଥିଲେ। କିନ୍ତୁ ସେମାନେ ଝରକାବାଟ ଦେଇ ଦେଖିଲାବେଳକୁ ଯୁବତୀଜଣକ ତଳେ ପଡ଼ିଥିଲେ। ଚୁନୁରିର କିଛି ଅଂଶ ଫ୍ୟାନ୍‌ରେ ଲାଗିଥିଲା ଓ ଅନ୍ୟ ଖଣ୍ଡିକ ଯୁବତୀଙ୍କ ବେକରେ ଲାଗିଥିଲା। ଠିକ୍‌ ସେତିକିବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ଓ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe