ମହାନଦୀକୁ ଡେଇଁପଡ଼ିଲେ ପ୍ରେମ ପ୍ରତାରିତା, ବଞ୍ଚେଇଦେଲେ ମତ୍ସ୍ୟଜୀବୀ

Advertisment
ମହାନଦୀକୁ ଡେଇଁପଡ଼ିଲେ ପ୍ରେମ ପ୍ରତାରିତା, ବଞ୍ଚେଇଦେଲେ ମତ୍ସ୍ୟଜୀବୀ

ବାରଙ୍ଗ : ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବତୀ ଗୁରୁବାର ସନ୍ଧ୍ୟାରେ ମୁଣ୍ଡଳୀ ଆନିକଟରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ସୌଭାଗ୍ୟକୁ ଠିକ୍‌ ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀମା‌ନେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେବାରୁ ଯୁବତୀଜଣକ ବର୍ତ୍ତି ଯାଇଛନ୍ତି। ଗୋଡ଼ିସାହି ଫାଣ୍ଡି ପୁଲିସ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ତାଙ୍କୁ ପରିବାର ଲୋକଙ୍କ ଜିମା ଦେଇଛି।

ମତ୍ସ୍ୟଜୀବୀ ପ୍ରଦ୍ୟୁମ୍ନ ବେହେରାଙ୍କ ସୂଚନାନୁସାରେ ଯୁବତୀ ଜଣକ ବହୁ ସମୟ ଧରି ଆନିକଟ ଉପରେ ବୁଲାବୁଲି କରୁଥିଲେ। ପ୍ରତିଦିନ ସେଠା‌କୁ ଆନିକଟ ବୁଲିବା ଲାଗି ବହୁ ଲୋକ ଆସୁଥିବାରୁ ଯୁବତୀଙ୍କ ଉପରେ କାହାର ନଜର ନଥିଲା। ମାତ୍ର ସନ୍ଧ୍ୟା ହେବା ପରେ ସେ ଆନିକଟର ଦଶ ନମ୍ବର ଗେଟ୍ ପାଖକୁ ଯାଇ ହଠାତ୍ ମହାନଦୀର ତଳମୁଣ୍ଡ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ସେ ବୁଡ଼ି ଯାଉଥିବା ଦେଖି ସେଠାରେ ଥିବା କିଛି ଲୋକ ପାଟି କରିଥିଲେ। ଠିକ୍‌ ସେହି ସମୟରେ କିଛି ଦୂରରେ ନଦୀ ଭିତରେ ସେମାନେ ମାଛ ଧରୁଥିଲେ ବୋଲି ପ୍ରଦ୍ୟୁମ୍ନ କହିଛନ୍ତି। ସେ ଓ ତାଙ୍କ ସହଯୋଗୀ ଉମେଶ ସୂତାର, ମୂରଲୀଧର ସୂତାର ଓ ମନୋଜ ବେହେରା ତୁରନ୍ତ ଡଙ୍ଗା ନେଇ ଯୁବତୀଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କୁ ଡଙ୍ଗା ଉପରକୁ ଟାଣି ଆଣିଥିଲେ। ୨୨ ବର୍ଷିୟା ଏହି ଯୁବତୀଙ୍କ ଘର ଭଦ୍ରକ ଓ ତାଙ୍କ ପ୍ରେମିକ ତାଙ୍କୁ ଧୋକ୍କା ଦେବାରୁ ସେ ଆତ୍ମହତ୍ୟା କରିବାକୁ ବସିଥିଲେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe