ପୁରସ୍କାର ଲୋଭରେ ଯୁବତୀ ହରାଇଲେ ୧୩ ହଜାର

Advertisment
ଋଣ ନାଁରେ ଆକାଉଣ୍ଟ୍ ଖୋଲି ଠକେଇ: ପୁଲିସ୍ ପଞ୍ଝାରେ ୩ ସାଇବର୍ ଅପରାଧୀ

Sambad English

ଭୁବନେଶ୍ବର ସବୁ ଦିଗରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିଲେ ବି ସାଇବର ଠକଙ୍କ କାରନାମାରେ ପୂର୍ଣ୍ଣଛେଦ ପଡ଼ୁନାହିଁ। ପ୍ରତିଦିନ କେହି ନା କେହି ସାଇବର ଠକଙ୍କ ଜାଲରେ ଫସି ଟଙ୍କା ହରାଉଛନ୍ତି। ଆଜି ସେମିତି ଏକ ଘଟଣା ନଜରକୁ ଆସିଛି। ପୁରସ୍କାର ଲୋଭ ଦେଖାଇ ସାଇବର ଠକ ଯୁବତୀଙ୍କ ଆକାଉଣ୍ଟରୁ ୧୩ ହଜାର ଟଙ୍କା ଉଡ଼ାଇ ନେଇଛି। ତେବେ ଯୁବତୀଙ୍କ ବାପା ଠିକଣା ସମୟରେ ଏଟିଏମ୍‌ ଓ କ୍ରେଡିଟ୍‌ କାର୍ଡ ବନ୍ଦ କରିବାରେ ସଫଳ ହେବାରୁ ସାଇବର ଠକ ଆଉ ଅଧିକ ଟଙ୍କା ନେଇପାରିନଥିଲା। ଏ ନେଇ ଯୁବତୀଙ୍କ ବାପା ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଗତ ନଭେମ୍ବର ୧୨ରେ ରବିନାରାୟଣଙ୍କ ଝିଅ ମୋବାଇଲ ଫୋନ୍‌ରେ କିଛି କାମ କରୁଥିବା ବେଳେ ଜିଓ ନାଁରେ ଏକ ମେସେଜ୍ ଆସିଥିଲା। ଉକ୍ତ ମୋବାଇଲ୍‌ ନମ୍ବର ୨୫ ହଜାର ଟଙ୍କାର ପୁରସ୍କାର ଜିତିଛି ବୋଲି ମେସେଜ୍‌ରେ ଦର୍ଶାଯାଇଥିଲା। ତେଣୁ ସେ ମେସେଜ୍‌ରେ ଥିବା ନମ୍ବରକୁ ସେ କଲ୍ ପଚାରିଥିଲେ। ସେପଟୁ ସାଇବର ଠକ ଜାଲ ବସାଇ ବସିଥିଲା ବୋଲି ରବିଙ୍କ ଝିଅ ଜାଣିପାରିନଥିଲେ। ସାଇବର ଠକ ଯୁବତୀଙ୍କୁ ଏଟିଏମ୍ କାର୍ଡର ନମ୍ବର ଓ ସିଭିଭି ନମ୍ବର ହ୍ବାଟ୍‌ସଆପ୍‌ରେ ପଠାଇବାକୁ କହିଥିଲା। ସେହି ଆକାଉଣ୍ଟରେ ପୁରସ୍କାର ରାଶି ୨୫ ହଜାର ଟଙ୍କା ପଠାଯିବ ବୋଲି ଠକ ଲୋଭ ଦେଖାଇଥିଲା। ତେଣୁ ରବିଙ୍କ ଝିଅ ନିଜର ଏଟିଏମ୍ କାର୍ଡ ଓ ସିଭିଭି ନମ୍ବର ପଠାଇଦେଲେ। ମାତ୍ର କିଛି ମିନିଟ୍‌ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୯ ହଜାର ଟଙ୍କା କଟି ଯାଇଥିଲା। ଏହା ପରେ ଠକ ପୁଣି ଫୋନ୍‌ କରି ତାଙ୍କ ଏଟିଏମ୍‌ କାର୍ଡ ଠିକ୍ ନାହିଁ ବୋଲି କହି କ୍ରେଡିଟ୍ କାର୍ଡର ଫଟୋ ମଗାଇଥିଲେ। ସଙ୍ଗେ ସଙ୍ଗେ ଠକ ଉକ୍ତ କାର୍ଡରୁ ୪ ହଜାର ଟଙ୍କାର ସାମଗ୍ରୀ କିଣି ନେଇଥିଲା। ତେବେ ଏ କଥା ଜାଣିବା ପରେ ରବିନାରାୟଣ ତୁରନ୍ତ ଦୁଇଟି କାର୍ଡକୁ ବନ୍ଦ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe