ଅଷ୍ଟମ ଥିଏଟର୍‌ ଅଲିମ୍ପିକ୍ସ : ପ୍ରଦର୍ଶିତ ହେଲା ‘ବେହଦ ନଫରତ୍‌ କେ ଦିନୋ ମେଁ’

Advertisment
ଅଷ୍ଟମ ଥିଏଟର୍‌ ଅଲିମ୍ପିକ୍ସ : ପ୍ରଦର୍ଶିତ ହେଲା ‘ବେହଦ ନଫରତ୍‌ କେ ଦିନୋ ମେଁ’

ଭୁବନେଶ୍ୱର : ଭାରତରେ ପ୍ରଥମ ଥର ପାଇଁ ବିଶ୍ୱର ସର୍ବବୃହତ୍‌ ଅଲିମ୍ପିକ୍ସ ଥିଏଟର୍‌ ଉତ୍ସବ ଆଜି ଆଚାର୍ଯ୍ୟ ବିହାରସ୍ଥିତ ଆଇଏମ୍‌ଟି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ ନାଟକ ‘ବେହଦ ନଫରତ୍‌ କେ ଦିନୋ ମେଁ’ ନାଟକ ପ୍ରଦର୍ଶିତ ହୋଇଯାଇଛି। ଏହି କାହାଣୀକୁ ରଚନା କରିଛନ୍ତି ମଶୁରୁଫ ଆଲମ୍‌ ଜାଉକି। ରଙ୍ଗ ସଂସ୍କାର, ଦିଲ୍ଲୀ ଏବଂ ସାର୍ଥକ, ଜୟପୁର ଗ୍ରୁପ୍‌ ପକ୍ଷରୁ ଏହା ପରିବେଷଣ କରାଯାଇଥିଲା।

ହିନ୍ଦୀ ଭାଷାର ଏହି ନାଟକ ଏକ ଭାରତୀୟ ହିନ୍ଦୁ ବାଳକ ଏବଂ ଏକ ପାକିସ୍ତାନୀ ବାଳିକାର ପ୍ରେମ କାହାଣୀ ଉପରେ ଆଧାରିତ। ଉଭୟଙ୍କ ପରିଚୟ ସୋସିଆଲ ନେଟଓ୍ଵାର୍କିଂ େଓ୍ଵବସାଇଟ୍‌ରେ ହୋଇଥିଲା। ଏହା ପରେ ସେମାନେ ପରସ୍ପରକୁ ଭଲ ପାଇ ବସିଲେ। ବାଳକର ପିତା ଆର୍‌ଏସ୍‌ଏସ୍‌ର ସଦସ୍ୟ ଥିଲେ ଏବଂ ବାଳିକାର ଭାଇ ଧର୍ମାନ୍ଧ ତାଲିବାନର ଜଣେ ସଦସ୍ୟ ଥିଲେ। ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଟେଲିଫୋନ୍‌ରେ ବିବାହ ହୋଇଥିଲା। ମାତ୍ର ଯେତେବେଳେ ଝିଅର ବାପାଘର ଲୋକ ପୁଅ ଘର ବୁଲିବାକୁ ଆସିଲେ ପୁଅ ହିନ୍ଦୁ ବୋଲି ଜଣାପଡ଼ିଗଲା। ଉଭୟ ପରିବାର ଧର୍ମାନ୍ଧତା ଦୂରେଇ ଯାଇଥିଲା। ସୋସିଆଲ୍‌ ନେଟଓ୍ଵାର୍କିଂ ସାଇଟ୍‌ କିଭଳି ସୀମା ସରହଦ ଡେଇଁ ସଂପର୍କ ସୃଷ୍ଟି କରିପାରେ ତାହା ଏହି ନାଟକର ନିର୍ଦେଶକ ଦୌଲତ ବୈଦ ଜଣାଇଛନ୍ତି।

ସେ କହିଛନ୍ତି ଯେ, ତାଙ୍କ ଜନ୍ମ ଜୟପୁରରେ ହୋଇଥିବାରୁ ସଂଖ୍ୟାଗରିଷ୍ଠ ଏବଂ ସଂଖ୍ୟାଲଘୁଙ୍କ ମଧ୍ୟରେ ହେଉଥିବା ଅନେକ ପ୍ରତିବାଦ ସେ ଦେଖିଛନ୍ତି। ପ୍ରଯୁକ୍ତି କିଭଳି ସାରା ବିଶ୍ୱକୁ ଗୋଟିଏ ଗ୍ରାମରେ ପରିଣତ କରିଛି ଏବଂ ଇଣ୍ଟରନେଟ୍‌ କିଭଳି ଦୂରଦୂରାନ୍ତର ସଂପର୍କ ଯୋଡ଼ିବାରେ ସହାୟକ ହେଉଛି। ଏବଂ ଏହା କିଭଳି ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଥିବା ଶତ୍ରୁତା ଦୂର କରିପାରୁଛି ତାହା ଏଠାରେ ପ୍ରଦର୍ଶିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe