ସାମ୍ବାଦିକଙ୍କ ଘରୁ ଚୋରି

Advertisment
ସାମ୍ବାଦିକଙ୍କ ଘରୁ ଚୋରି

photo by : hindustantimes.com

ଚନ୍ଦ୍ରଶେଖରପୁର : ଶୁକ୍ରବାର ରାତିରେ ଦୈନିକ ‘ସମ୍ବାଦ’ର ସାମ୍ବାଦିକ କେଶବ ପାଣିଙ୍କ ପ୍ରଗତି ଏନ୍‌କ୍ଲେଭ୍‌ସ୍ଥିତ ଘରୁ ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ତାଲା କାଟି ଘର ଭିତରୁ କମ୍ପ୍ୟୁଟର ଓ ହାତଘଣ୍ଟା ଚୋରି କରି ନେଇଛନ୍ତି। ଏ ନେଇ ସେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଚୋରଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି।

ଅଭିଯୋଗ ଅନୁଯାୟୀ, ଶ୍ରୀ ପାଣି ପ୍ରତିଦିନ ପରି ଶୁକ୍ରବାର ରସୁଲଗଡ଼ସ୍ଥିତ ‘ସମ୍ବାଦ’ ମୁଖ୍ୟାଳୟରୁ ଘରକୁ ଫେରିବା ପରେ ତାଙ୍କ ବାସଭବନର ମୁଖ୍ୟ ଫାଟକ ତାଲା କଟା ହୋଇ ତଳେ ପଡ଼ିଥିଲା ଓ କବାଟ ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ତରବର ହୋଇ ସେ ଘର ଭିତରକୁ ପଶିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର, ସିପିୟୁ, ୟୁପିଏସ୍‌, କି’ବୋର୍ଡ଼, ମାଉସ୍‌, ଏକ ଦାମୀ ହାତଘଣ୍ଟା ଓ ମ୍ୟୁଜିକ ବକ୍ସ ନେଇଯାଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ୱାଇଁଙ୍କ ନିର୍ଦେଶକ୍ରମେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ନିକଟରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe