ସବୁଠି ମୁକୁଳା ଡ୍ରେନ୍‌, ଗଦାଗଦା ଆବର୍ଜନା

Advertisment
ସବୁଠି ମୁକୁଳା ଡ୍ରେନ୍‌, ଗଦାଗଦା ଆବର୍ଜନା

ଭୁବନେଶ୍ୱର: ରାଜଧାନୀର କେନ୍ଦ୍ରସ୍ଥଳ କହିଲେ ବିଏମ୍‌ସିର ୪୦ ନମ୍ୱର ଵାର୍ଡକୁ ବୁଝାଏ। ୟୁନିଟ୍‌-୧, ୟୁନିଟ୍‌-୨ ଓ ୟୁନିଟ୍‌-୩କୁ ନେଇ ଗଠିତ ଏହି ଵାର୍ଡରେ ଏକ ନମ୍ବର ହାଟ, ମାର୍କେଟ୍‌ ବିଲ୍‌ଡିଂ ଭଳି ଦୁଇଟି ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ ଥିବା ବେଳେ ଦୁଇ ଦୁଇଟି ଥାନା (କ୍ୟାପିଟାଲ ଥାନା ଓ ମହିଳା ଥାନା) ରହିଛି। ଫରେଷ୍ଟ ପାର୍କ ଅଞ୍ଚଳ, ୟୁନିଟ-୧, ୟୁନିଟ-୨ସ୍ଥିତ ସରକାରୀ କ୍ୱାର୍ଟର୍ସ ସାଙ୍ଗକୁ ଜୟଦେବ ଭବନ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ଆଦିବାସୀ ପଡ଼ିଆ ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ରହିଛି। ତେଣୁ ଏହା ବିଏମ୍‌ସିର ସବୁଠୁ ସୁନ୍ଦର ୱାର୍ଡ ହେବା ଆଶା କରିବାରେ କୌଣସି ନୂତନତ୍ବ ନାହିଁ। କିନ୍ତୁ ଏହି ୱାର୍ଡର ସ୍ଥିତି ଏବେ ଯାହା ତାହା କୌଣସି ଅପହଞ୍ଚ ଅଞ୍ଚଳଠାରୁ କମ୍ ନୁହେଁ। ସବୁଆଡ଼େ ଗଦାଗଦା ଆବର୍ଜନା ପଡ଼ିରହିଛି। ବହୁ ଅଞ୍ଚଳରେ ମୁକୁଳା ଡ୍ରେନ୍‌ ବିପଦ ହୋଇରହିଛି।

publive-image

ରାଜଧାନୀକୁ ସ୍ବଚ୍ଛ ରଖିବାକୁ ବିଏମ୍‌ସି ବିଭିନ୍ନ ପ୍ରୟାସ କରୁଛି। ଘରକୁ ଘର ଯାଇ ଆବର୍ଜନା ସଂଗ୍ରହ କରିବା କରିବାଠାରୁ ଆରମ୍ଭ କରି ରାତ୍ରି ସଫେଇ ମଧ୍ୟ କରୁଛି। ଏସବୁ ସତ୍ତ୍ୱେ ଏହି ୱାର୍ଡ ଆବର୍ଜନାରେ ପୋତି ହୋଇଯାଇଛି। କେବଳ କିଛି ମୁଖ୍ୟ ରାସ୍ତା ସବୁକୁ ବାଦ୍‌ଦେଲେ ସବୁ ଗଳିକନ୍ଦିରେ ରାସ୍ତା କଡ଼ରେ ଆବର୍ଜନା ପାହାଡ଼ ଦେଖିବାକୁ ମିଳୁଛି। ୟୁନିଟ୍‌-୧ସ୍ଥିତ କମ୍ପୋଷ୍ଟ ପ୍ଲାଣ୍ଟ ଯୋଗୁଁ ଲୋକେ ଝରକା, କବାଟ ଖୋଲି ପାରୁନନାହାନ୍ତି। ଏହି ପ୍ଲାଣ୍ଟ ଲାଗି ୟୁନିଟ୍‌-୧ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି।

ସ୍ବଚ୍ଛତା ସମସ୍ୟାକୁ ବଳେଇ ପଡ଼ିଛି ମୁକୁଳା ଡ୍ରେନ୍‌ ବିପଦ। ମୁକୁଳା ପଡ଼ିଛି। ପୂର୍ତ୍ତ ବିଭାଗ ଓ ବିଏମସିର ଅବହେଳା ଯୋଗୁଁ ବିପଦକୁ ଆମନ୍ତ୍ରଣ କରୁଛି ମୁକୁଳା ଡ୍ରେନ୍‌। ରାଜଧାନୀରେ କୌଣସି ମୁକୁଳା ଡ୍ରେନ ରହିବନି ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ଵାର୍ଡ ଅଧୀନ ଅଧିକାଂଶ ଅଞ୍ଚଳର ଅଧିକାଂଶ ଡ୍ରେନ୍‌ ମୁକୁଳା। ବିଶେଷକରି ୟୁନିଟ୍‌-୩ ଅଞ୍ଚଳରେ ଏହି ସମସ୍ୟା ବେଶି। ୟୁନିଟ୍‌-୩ ସରସ୍ୱତୀ ଶିଶୁ ମନ୍ଦିର, ଖାରବେଳନଗର ପ୍ରାଥମିକ ବିଦ୍ୟାଳୟ, ଖାରବେଳନଗର ବସ୍ତି ଓ କଲୋନି ଆଦି ଅଞ୍ଚଳରେ ବହୁ ଡ୍ରେନ୍‌ରେ ସ୍ଲାବ୍‌ ନାହିଁ। ବିଦ୍ୟାଳୟ ନିକଟରେ ଥିବାରୁ ଛୋଟ ପିଲାଙ୍କ ପାଇଁ ମୁକୁଳା ଡ୍ରେନ୍‌ ଗୋଡ଼େଗୋଡ଼େ ବିପଦ ହୋଇ ରହୁଛି।

ଡ୍ରେନ୍‌ ସମସ୍ୟା ଦୂର ପାଇଁ କାମ ଆରମ୍ଭ ହୋଇଛି

publive-image

ଏକ ନମ୍ବର ହାଟ ଓ ମାର୍କେଟ୍‌ ବିଲ୍‌ଡିଂ ଭଳି ବଡ଼ବଡ଼ ବ୍ୟାବସାୟିକ ଅଞ୍ଚଳ ପାଇଁ ଏଠାରେ ପରିମଳ ସ୍ଥିତି କିଛିଟା ଭଲ ନାହିଁ। କିନ୍ତୁ ନିୟମିତ ସଫେଇ ଚାଲିଛି। ଆଗକୁ ୟୁନିଟ୍‌-୧ ହେରିଟେଜ୍‌ ମାର୍କେଟ୍‌ କରିବା ପାଇଁ ୮କୋଟି ୫୪ଲକ୍ଷ ଟଙ୍କାର ବଜେଟ୍‌ ହୋଇଛି। ହୋଲେସେଲ୍‌ ଗୋଦାମ ପାତ୍ରପଡ଼ା-ଭଗବାନପୁରକୁ ସ୍ଥାନାନ୍ତରିତ ହେଲା ପରେ ଏହି ୱାର୍ଡର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିବନି। କାମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି। ଏହି ଅଞ୍ଚଳର ଅଧିକାଂଶ ଡ୍ରେନ୍‌ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି। ବିଏମ୍‌ସି ଅଧୀନସ୍ଥ ଡ୍ରେନ୍‌ କାମ ପାଇଁ ଟେଣ୍ଡର୍‌ ହେବାକୁ ଯାଉଛି। ତେବେ କସ୍ତୁରବା ନାରୀମହଲ ବସ୍ତିରେ ଆଉ ମୁକୁଳା ଡ୍ରେନ୍‌ ନାହିଁ। ସ୍ଲାବ୍‌ ପଡ଼ି ସାରିଛି।
ଆସିୟା ବେଗମ୍‌, କର୍ପୋରେଟର୍‌, ୱାର୍ଡ ନମ୍ବର-୪୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe