ନିର୍ମାଣାଧୀନ ରାସ୍ତାରେ ବୋର୍ଡ ନାହିଁ, ପର୍ଯ୍ୟଟକ ହଟହଟା

Advertisment
ନିର୍ମାଣାଧୀନ ରାସ୍ତାରେ ବୋର୍ଡ ନାହିଁ, ପର୍ଯ୍ୟଟକ ହଟହଟା

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରକୁ ବର୍ତ୍ତମାନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ମରାମତି କାମ ଚାଲିଥିବାରୁ ପର୍ଯ୍ୟଟକଙ୍କୁ ହଇରାଣ ହେବାକୁ ପଡ଼ୁ୍ଛି। ଆଜି ଦିନ ପ୍ରାୟ ୧ଟା ସମୟରେ ଗ୍ୟାରେଜ ଛକରେ ବହୁ ପର୍ଯ୍ୟଟକଙ୍କ ଗାଡ଼ି ଅଟକି ରହିଥିଲା। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବଲାଙ୍ଗୀରରୁ ଆସିଥିବା ଆଭାସ ଦାଶ କହିଥିଲେ ଯେ ସେମାନେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। କିନ୍ତୁ ରାସ୍ତା ମରାମତି ଚାଲିଥିବାରୁ ଗାଡ଼ି ଅଟକି ରହିଛି। ଗ୍ୟାରେଜ ଛକରେ ରାସ୍ତା ମରାମତିର ଫଳକ ଲଗା‌ଯିବାର ଆବଶ୍ୟକତା ରହିଛି। ଫଳକ ଲାଗିଥିଲେ ବଡ଼ ବସ୍‌ ଏହି ରାସ୍ତାରେ ଆସିବେ ନାହିଁ। ଅଣ ଓସାରିଆ ରାସ୍ତା ଥିବାରୁ ଥରେ ବଡ଼ ବସ୍‌ ପଶିଗଲେ ଆଉ ଫେରି ପାରୁନି। ଫଳରେ ସେହି ରାସ୍ତାରେ ଟ୍ରାଫିକ ଜାମ୍‌ ହେଉଛି। ତେଣୁ ଯେଉଁ ରାସ୍ତା ମରାମତି ହେଉଛି ସେଠାରେ ବୋର୍ଡ ଲଗାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe