ସ୍ବଭାବ କବିଙ୍କ କବିତାରେ ରହିଛି ଆଧ୍ୟାତ୍ମବୋଧର ଦର୍ଶନ

Advertisment

ସରିଲା ‘ଓଡ଼ିଆ ସାହିତ୍ୟ ସମାରୋହ’ : ଶରତ ଦାଶଙ୍କୁ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ’

ସରିଲା ‘ଓଡ଼ିଆ ସାହିତ୍ୟ ସମାରୋହ’ : ଶରତ ଦାଶଙ୍କୁ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ’

ସ୍ବଭାବ କବିଙ୍କ କବିତାରେ ରହିଛି ଆଧ୍ୟାତ୍ମବୋଧର ଦର୍ଶନ

ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ‌ମେହେରଙ୍କ କବିତାରେ ଭରି ରହିଛି ଆଧ୍ୟାତ୍ମବୋଧର ଅମୃତମୟ ଦର୍ଶନ, ଯାହାକି ଓଡ଼ିଆ ସାହିତ୍ୟ ଓ ସାମାଜିକ ଜୀବନର ଅମୂଲ୍ୟ ସମ୍ପଦ। ‘ଭୁବନେଶ୍ବର ଭଞ୍ଜଭାରତୀ’ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ‘ଦ୍ବିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହ’ର ଶେଷ ସଂଧ୍ୟାର ଉପସ୍ଥିତ ଅତିଥିମାନେ ଏହା କହିଛନ୍ତି। ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଓ ମେହେର ସାହିତ୍ୟ ଗବେଷକ ଲମ୍ବୋଦର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ଗୀତିକବି ଶରତ କୁମାର ଦାଶଙ୍କୁ ମର୍ଯ୍ୟାଦାଜନକ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ସମ୍ପାଦକ କୃଷ୍ଣକେଶବ ଷଡ଼ଙ୍ଗୀ ଗଙ୍ଗାଧରଙ୍କ ସୃଷ୍ଟିସମୂହରେ ଥିବା ଆଧ୍ୟାତ୍ମିକ ଦର୍ଶନର ବିଶଦ ବିଶ୍ଳେଷଣ କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷା ବିଜୟା ମିଶ୍ର ସଭା ସଂଯୋଜନା କରିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ଗୁରୁ ସୁକାନ୍ତ କୁଣ୍ଡୁ, ମହାପାତ୍ର ମୀନତି ଭଞ୍ଜ ଓ ପ୍ରଫେସର ଜଗନ୍ନାଥ କୁଅଁରଙ୍କ ଦ୍ବାରା ମେହେର ସଙ୍ଗୀତ ପରିବେଷିତ ହୋଇଥିଲା।

ଅନୁଷ୍ଠାନର ସଦସ୍ୟ ସୁକାନ୍ତ ଗିରି, ସ୍ବୟଂପ୍ରଜ୍ଞା ସାହୁ, ପ୍ରସନ୍ନ ବେହେରା, ଦିଲ୍ଲୀପ ଦାସ, ଅଶୋକ କୁମାର ମିଶ୍ର, ବିମଳ ଲୋଚନ ପଟ୍ଟନାୟକ, ଦୀପ୍ତିମୟୀ ଦାସ, ବେଣୁଧର ଦାସ, ପବିତ୍ର ମୋହନ ସାହୁ ଓ ନନ୍ଦକିଶୋର ଜେନା ସଭା ପରିଚାଳନାରେ ସହଯୋଗ କରିଥିଲେ। ଶୈଳଜା ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe