ମନୋରଞ୍ଜନ କେନ୍ଦ୍ର ଅଛି ହେଲେ...

Advertisment

ବିଏସ୍‌ସିଏଲ୍ ଓ ମିଳିତଜାତିସଂଘର ଜନସଂଖ୍ୟା ପାଣ୍ଠି ମିଳିତ ଉଦ୍ୟମରେ ଗତ ୨୦୧୯ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହିଦନଗର ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସେସ୍ ସେଣ୍ଟର୍ (ଆଇପିଏସ୍‌ସି)ରେ ପ୍ରତିଷ୍ଠିତ ହୋଇଥିଲା।

ବିଏସ୍‌ସିଏଲ୍ ଓ ମିଳିତଜାତିସଂଘର ଜନସଂଖ୍ୟା ପାଣ୍ଠି ମିଳିତ ଉଦ୍ୟମରେ ଗତ ୨୦୧୯ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହିଦନଗର ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସେସ୍ ସେଣ୍ଟର୍ (ଆଇପିଏସ୍‌ସି)ରେ ପ୍ରତିଷ୍ଠିତ ହୋଇଥିଲା।

dadagdgazcvcv

ଭୁବନେଶ୍ୱର: ବିଏସ୍‌ସିଏଲ୍ ଓ ମିଳିତଜାତିସଂଘର ଜନସଂଖ୍ୟା ପାଣ୍ଠି ମିଳିତ ଉଦ୍ୟମରେ ଗତ ୨୦୧୯ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହିଦନଗର ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସେସ୍ ସେଣ୍ଟର୍ (ଆଇପିଏସ୍‌ସି)ରେ ପ୍ରତିଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ ମନୋରଞ୍ଜନ କେନ୍ଦ୍ର, ଲାଇଟ୍‌ହାଉସ, ୱାର୍ଡ ଅଫିସ୍‌ଓ ଲାଇବ୍ରେରି ଖୋଲାହୋଇଥିଲା। ବିଶେଷ କରି ପ୍ରଥମ ଥର ପାଇଁ ରାଜଧାନୀରେ ବରିଷ୍ଠ ନାଗରିକମାନଙ୍କ ମନୋରଞ୍ଜନ ସହ ଅବସର ବିନୋଦନ ପାଇଁ ଏହା ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିବାରୁ ଖୁବ ପ୍ରଶଂସିତ ମଧ୍ୟ ହୋଇଥିଲା। ଏଥିରେ ବିଭିନ୍ନ ସମୟରେ ବରିଷ୍ଠ ନାଗରିକମାନଙ୍କ ଭିତରେ ଆଲୋଚନା ସଭା ସହିତ ବିଭିନ୍ନ ଇନ୍‌ଡୋର୍‌ଗେମ୍‌(କ୍ୟାରମ୍‌, ଚେସ୍‌ଆଦି) ଖେଳିବାର ସୁଯୋଗ ରହିଥିଲା। ଉଦ୍‌ଘାଟନ ସମୟରେ ସହିଦନଗର ଅଞ୍ଚଳର ବରିଷ୍ଠ ନାଗରିକମାନେ ଏହାକୁ ବେଶ୍‌ ପସନ୍ଦ କରିଥିଲେ। ହେଲେ ଦିନକୁ ଦିନ ଏହି କେନ୍ଦ୍ର ପ୍ରତି ବରିଷ୍ଠ ନାଗରିକଙ୍କ ଆଗ୍ରହ କମିବାରେ ଲାଗିଛି। ବିଶେଷ କରି ବର୍ଷେ ହେବ ସେଣ୍ଟର ଲିଫ୍ଟ ଅଚଳ ହୋଇଥିବାରୁ ବରିଷ୍ଠ ନାଗରିକମାନେ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସେସ୍ ସେଣ୍ଟର୍ର ଦ୍ବିତୀୟ ମହଲାରେ ଥିବା କେନ୍ଦ୍ର ପରିସରକୁ ଯାଇପାରୁନାହାନ୍ତି। 

ତେବେ  କେବଳ ‌ଇନ୍‌ଡୋର୍‌ ଖେଳ ନୁହେଁ ଏଠାରେ ବରିଷ୍ଠ ନାଗରିକଙ୍କର ନିୟମିତ ଭାବରେ ରକ୍ତଶର୍କରା, ରକ୍ତଚାପ ଓ ବରିଷ୍ଠ ନାଗରିକଙ୍କ ଓଜନ ମାପ କରିବା ଭଳି ସାଧାରଣ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା। ନିର୍ଦ୍ଧାରିତ ଦିନରେ ଡାକ୍ତର ଆସି ଏହି ସବୁ ପରୀକ୍ଷା କରିବା କଥା। ଏଥିପାଇଁ ସ୍ବତନ୍ତ୍ର ବଜେଟ୍‌ମଧ୍ୟ ରହିଛି। ହେଲେ ଏସବୁ ହେଉ ନଥିବା ଅଭିଯୋଗ ହେଉଛି। ପ୍ରତି ରବିବାର ଦିନ ଜଣେ ହୋମିଓପାଥିକ୍‌ଡାକ୍ତର ଚିକିତ୍ସା ପରାମର୍ଶ ଦେବାକୁ ଆସୁଛନ୍ତି। କେବଳ ସେତିକି ନୁହେଁ ପରିଚାଳନା ଅଭାବରୁ କେନ୍ଦ୍ରର ଜାଗା ଜାଗାରେ ରଙ୍ଗ ଛାଡ଼ିଗଲାଣି। ପୁଣି ପରିସରରେ ଥିବା ପାନୀୟ ଜଳ କିଓସ୍କ ମଧ୍ୟ ପାଖାପାଖି ବର୍ଷେ ହେବ କାମ କରୁନାହିଁ। ସହିଦନଗର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ନିଶାକର ରାଉତଙ୍କ କହିବା ଅନୁଯାୟୀ ମନୋରଞ୍ଜନ କେନ୍ଦ୍ରଟି ଦୁଇ ମହଲା ଉପରେ ରହିଛି। ଲିଫ୍ଟ ଅଚଳ ହୋଇପଡ଼ିଥିବାରୁ ବହୁ ବରିଷ୍ଠ ନଗରିକ ଉପର ମହଲାକୁ ଯାଇପାରୁନାହାନ୍ତି। ଫଳରେ ତଳେ ଖାଲିଥିବା ହଲ୍‌ରେ ସମୟ ଅନ୍ତରାଳରେ କେବଳ ବୈଠକ କରି ଆମେ ଫେରୁଛୁ ବୋଲି ସେ କହିଛନ୍ତି। ସପ୍ତାହରେ ଥରେ ହୋମିଓପାଥିକ ‌ଚିକିତ୍ସା କଥା ସେ କହିଛନ୍ତି। ଏନେଇ କର୍ପୋରେଟର ରାଜକିଶୋର ଦାସ କହନ୍ତି ଯେ ଏହାର ପରିଚାଳନା ଦାୟିତ୍ୱ ସ୍ମାର୍ଟସିଟି ହାତରେ ଅଛି। ସେ ଏନେଇ ବାରମ୍ୱାର ଲିଖିତ ଆକାରରେ ଜଣାଇଥିଲେ ବି ଏଯାବତ୍ କାର୍ଯ୍ୟନୁଷ୍ଠାନ ହୋଇ ନଥିବା ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe