ସଂଖ୍ୟା ଖେଳକୁ ପ୍ରଭାବିତ କରିବା ପାଇଁ ଅନ୍ୟମନସ୍କ ହେବା ଉଚିତ: ସୌମ୍ୟରଞ୍ଜନ

Advertisment

ସଦ୍‌ଗୁରୁ ସ୍ବାମୀ ଚେତନାନନ୍ଦଙ୍କ ୯୦ତମ ଜୟନ୍ତୀ

ସଦ୍‌ଗୁରୁ ସ୍ବାମୀ ଚେତନାନନ୍ଦଙ୍କ ୯୦ତମ ଜୟନ୍ତୀ

ସଂଖ୍ୟା ଖେଳକୁ ପ୍ରଭାବିତ କରିବା ପାଇଁ ଅନ୍ୟମନସ୍କ ହେବା ଉଚିତ: ସୌମ୍ୟରଞ୍ଜନ

ଖଣ୍ଡଗିରି: ବର୍ତ୍ତମାନ ସଂଖ୍ୟା ଖେଳର ଗଣତନ୍ତ୍ରରେ ସଂଖ୍ୟାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ୪୦ଭାଗ ଲୋକଙ୍କୁ ଏକାଠି କରି ଗୋଟିଏ ବାଟରେ ଚଲାଇବା ପାଇଁ ଅନେକ ବାଟ ତିଆରି ହୋଇ ‌ଗଲାଣି। କିଏ ଅନ୍ନ ଦେଇଦେଲେ ଲୋକେ ସାଙ୍ଗରେ ଚାଲିବେ, କିଏ ଭତ୍ତା ଦେଲେ, କିଏ ଘର ଦେଲେ ଲୋକେ ଭୋଟ ଦେବେ ବୋଲି ଚିନ୍ତା କରି ଗଣତନ୍ତ୍ରର ଠାକୁରମାନଙ୍କୁ ଭୋଗ ଦେବାରେ ସମସ୍ତେ ବ୍ୟସ୍ତ। ୬୦ ଭାଗ ଲୋକ ଏହାର ସମର୍ଥନରେ ନଥିଲେ ମଧ୍ୟ ସେମାନଙ୍କ ପ୍ରଭାବ ସାମାଜିକ ବ୍ୟବସ୍ଥାରେ ‌ଉପରେ ଦେଖିବାକୁ ମିଳେ ନାହିଁ। ତେଣୁ ସଂଖ୍ୟା ଖେଳର ବିଭ୍ରାଟକୁ ରୋକିବାର ଗୋଟିଏ ମନ୍ତ୍ର ‘ଚାଲ ଆମେ ଅନ୍ୟମନସ୍କ ହେ‌ବା’।

ସାମପୁରସ୍ଥିତ ନିଗମାନନ୍ଦ ଆଶ୍ରମରେ ସଦ୍‌ଗୁରୁ ସ୍ବାମୀ ଚେତନାନନ୍ଦଙ୍କ ୯୦ତମ ଜୟନ୍ତୀ ଓ ଚେତନାନନ୍ଦଙ୍କ ସ୍ମୃତି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭା‌ବରେ ଯୋଗଦେଇ ଏହା କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଥିଲେ ସବୁବେଳେ କୁହାଯାଏ ନିଜ ମନସ୍କ ହୁଅ, ଅନ୍ୟମନସ୍କ ହୁଅ ନାହିଁ। କିନ୍ତୁ ଢ‌ାଞ୍ଚାଗତ ପରିବର୍ତ୍ତନ ଆଣିବାକୁ ହେବ। ‘ଆପେ ବଞ୍ଚିଲେ ବାପାର ନାମ’ ମାନସିକତାକୁ ପରିବର୍ତ୍ତନ କରିବାକୁ ହେବ। ଆପେ ହେଲେ ଆମେ ‌ସଂଖ୍ୟା ଦୃଷ୍ଟିରୁ କମି ଯାଉଛେ। ତେଣୁ ସଂଖ୍ୟା ଖେଳକୁ ପ୍ରଭାବିତ କରିବା ପାଇଁ ଅନ୍ୟମନସ୍କ ହେବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମୁଖ୍ୟବକ୍ତା ଭ‌ାବରେ ଯୋଗଦେଇ କିସ୍‌ ବିଶ୍ବବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ କହିଥିଲେ, ଗୁରୁଙ୍କ ବିନା ଗୋଟିଏ ପାଦ ମଧ୍ୟ ଚାଲିବ‌ା ଅସମ୍ଭବ। ଗୁରୁଙ୍କ ଦର୍ଶନ ମାତ୍ରକେ ସବୁ ସମସ୍ୟାର ସମାଧାନ ହୋଇପାରେ ବୋଲି ଶ୍ରୀ ଶତପଥୀ ମତ ରଖିବା ସହିତ ଶଙ୍କରାନନ୍ଦଙ୍କ ସମେତ ଅନେକ ଗୁରୁଙ୍କର ମହିମା ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ମ‌ା’ କଲ୍ୟାଣମୟୀ ସରସ୍ବତୀ ସଭାପତିତ୍ବ କରିଥିବା ବେଳେ ବରେଣ୍ୟ ଅତିଥି ଭାବରେ ଶିବ ଚିଦାନନ୍ଦ ସରସ୍ବତୀ, ଅସୀମାନନ୍ଦ ସରସ୍ବତୀ, ବ୍ରହ୍ମାନନ୍ଦ ସରସ୍ବତୀ ଓ ଅବସରପ୍ରାପ୍ତ ବିଚାରପତି ଶ୍ୟାମଲ ଗୁପ୍ତା ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚେତନାନନ୍ଦଙ୍କ ଲିଖିତ ପୁସ୍ତକ ସମେତ ଅନ୍ୟ ୫ଟି ପୁସ୍ତକ ଲୋକାର୍ପଣ ହୋଇଥିଲା। କାର୍ଯ୍ୟକ୍ରମକୁ ଶାନ୍ତନୁ କୁମାର ରଥ ‌ସଂଯୋଜନା କରିଥିବା ବେଳେ ଗୁରୁଙ୍କର ବିଭିନ୍ନ ରାଜ୍ୟରୁ ଏକାଧିକ ଭକ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe