ରେଳ ସଦନ ସମ୍ମୁଖ‌ରେ ହେବ ଫୁଟ୍‌ ଓଭରବ୍ରିଜ୍, ଅଧା ଟଙ୍କା ଦେ‌ବେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ

Advertisment

ବିଏମ୍‌ସି କମିସନରଙ୍କୁ ଚିଠି ଲେଖି‌ଲେ ପ୍ରମୁଖ ମୁଖ୍ୟଯନ୍ତ୍ରୀ

ବିଏମ୍‌ସି କମିସନରଙ୍କୁ ଚିଠି ଲେଖି‌ଲେ ପ୍ରମୁଖ ମୁଖ୍ୟଯନ୍ତ୍ରୀ

ରେଳ ସଦନ ସମ୍ମୁଖ‌ରେ ହେବ ଫୁଟ୍‌ ଓଭରବ୍ରିଜ୍, ଅଧା ଟଙ୍କା ଦେ‌ବେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ

Prameyanews.com

ଭୁବନେଶ୍ବର: ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରିବାକୁ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟଯନ୍ତ୍ରୀ ଏ. ସାହୁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହାପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ କରିବା ନେଇ ପଦ‌େକ୍ଷପ ନେବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି।

ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଲେଖିଛନ୍ତି ଯେ, ଚନ୍ଦ୍ରଶେଖରପୁରର ବ୍ୟସ୍ତବହୁଳ ରାସ୍ତାରେ ଗୋଟିଏ ପାର୍ଶ୍ବରେ ବିଡିଏ କଲୋନି, ବିଡିଏ ମାର୍କେଟ୍, ରେଳ ବିହାର ଏବଂ ଅନ୍ୟାନ୍ୟ ଆବାସିକ ଓ ବ୍ୟବସାୟିକ ଅଞ୍ଚଳ ରହିଛି। ସାମନ୍ତ ବିହାର ପାର୍ଶ୍ବରେ ରେଳ କୁଞ୍ଜ ଓ ରେଳ ସଦନ ଭଳି କାର୍ଯ୍ୟାଳୟ ରହିଛି। ଏହି ରାସ୍ତାରେ ଦିନକୁ ଦିନ ଗାଡ଼ି ଯାତାୟାତ ସଂଖ୍ୟା ବଢ଼ି ଚାଲିଥିବାରୁ ରାସ୍ତା ଅତିକ୍ରମ କରିବା ବିପଦପୂର୍ଣ୍ଣ ହୋଇଯାଇଛି। ବିଭିନ୍ନ କାର୍ଯ୍ୟ ପାଇଁ ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବିପଦପୂର୍ଣ୍ଣ ଭାବେ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ତେଣୁ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ କିମ୍ବା ରୋଡ୍‌ ଅଣ୍ଡର ବ୍ରିଜ୍‌ର ନିର୍ମାଣ ଆବଶ୍ୟକତା ଅଛି। ଜୟଦେବବିହାର ଛକ ନିକ‌ଟସ୍ଥ ଫୁଟ୍‌ ଓଭରବ୍ରିଜ୍‌ ଭଳି ଆଉ ଏକ ଫୁଟ୍‌ ଓଭରବ୍ରିଜ୍ ଏଠାରେ ବି ନିର୍ମାଣ କରାଯାଉ। ଏପରିକି ଏହି ଫୁଟ୍‌ ଓଭରବ୍ରିଜ୍ ବାବଦକୁ ଯେତିକି ଅର୍ଥ ଖର୍ଚ୍ଚ ହେବ ତା’ରୁ ୫୦% ଅର୍ଥ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଦେବେ। ରାଜ୍ୟ ସରକାର ଏହି ବ୍ରିଜ୍‌ର ଖର୍ଚ୍ଚ ଆକଳନ ପ୍ରସ୍ତୁତ କରି ଦେଲେ ମୋଟ୍ ଅର୍ଥର ଅଧା ଅର୍ଥ ପୂର୍ବତଟ ରେଳପଥ ଦେବ ବୋଲି ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଚିଠିରେ ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମାର୍ଚ୍ଚ ୧ରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିବା ପରେ ଗତ ଏପ୍ରିଲ ୧୬ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe