ଭୁବନେଶ୍ବର: ଉଚ୍ଛେଦ କଲେ, କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଘର ଦେଲେନି କି ଟ୍ରାନ୍‌ଜିଟ୍ ହାଉସ୍‌କୁ ନେଲେନି। ଏଣୁ ଖୋଲା ଆକାଶ ତଳେ ଶୀତ, କାକରରେ ରାତି କାଟୁଛନ୍ତି ୬୦ରୁ ଅଧିକ ପରିବାର। ରାଜୀବ ଆବାସ ସର୍ଭେ କି ଉଷା ସର୍ଭେରେ ଏମାନଙ୍କ ନାଁ ନ ଥିବା ଦର୍ଶାଇ ବୁଦ୍ଧବିହାର ଆବାସ ବାହାରେ ରାସ୍ତା କଡ଼ରେ ଏମାନଙ୍କୁ ନିରାଶ୍ରିତ ଭାବେ ଛାଡ଼ି ଦିଆଯାଇଛି। ନିକଟରେ ସାଲିଆସାହି ଦେଇ ଯାଉଥିବା ସମାନ୍ତରାଳ ରାସ୍ତା ପାଇଁ ସାଲିଆସାହିରୁ ୫୬୦ରୁ ଅଧିକ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଛି। ଯେଉଁମାନଙ୍କୁ ଉଚ୍ଛେଦ କରାଗଲା, ସେମାନଙ୍କୁ ବୁଦ୍ଧବିହାରରେ ଘର ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ସର୍ଭେ ହେଲା, ତାଲିକା ପ୍ରସ୍ତୁତ ହେଲା। କିନ୍ତୁ ଅଦ୍ୟାବଧି ସମସ୍ତେ ବୁଦ୍ଧବିହାରରେ ଘର ପାଇନାହାନ୍ତି। ସାଲିଆସାହିର ଏଭଳି ୬୦ରୁ ଅଧିକ ପରିବାର ବୁଦ୍ଧବିହାର ପ୍ରକଳ୍ପରେ ନିର୍ମାଣ ହୋଇଥିବା ଘର ବାହାରେ ରାସ୍ତାରେ ଆଶ୍ରୟ ନେଇଛନ୍ତି। ମୁଣ୍ଡକୁ ପାଲ ଖଣ୍ଡେ ବି ନାହିଁ। ଘର ଉଚ୍ଛେଦ ପରେ ବାହାରିଥିବା ଆସବାବ ସହ ରାସ୍ତାରେ ଉପରେ ଖରା ଓ ଶୀତ କାକରରେ ଦିନ କାଟୁଛନ୍ତି। ସାଲିଆସାହିରୁ ଉଚ୍ଛେଦ ହୋଇଥିବା ସହଦେବ ପାତ୍ର କହିଛନ୍ତି, ସାଲିଆସାହିରେ ସେ ବାପା-ମା’ଙ୍କ ସହ ୩୦ ବର୍ଷ ହେଲାଣି ରହୁଥିଲେ। ବାପା ଓ ମା’ ମୁଲ ଲାଗନ୍ତି। ସେ ରଙ୍ଗ କାମ କରନ୍ତି।

Advertisment

୭ ଦିନ ହେଲାଣି ଶୀତ, କାକରରେ ରାତି କାଟୁଛନ୍ତି

'Environmental permit: ‘ପିଛିଲା ତାରିଖରେ ପରିବେଶ ଅନୁମତି ବୈଧ’

Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ, ଅପଦସ୍ଥ ହୋଇ ଫେରିଲେ: ଆନ୍ଧ୍ର ବାବୁଙ୍କୁ ତଡ଼ିଲେ ପଟାଙ୍ଗି ବିଡିଓ

ଉଚ୍ଛେଦ ତାଲିକାରେ ତାଙ୍କ ଘର ନଥିଲା। କିନ୍ତୁ ହଠାତ୍ ଆସି ତାଙ୍କ ଘର ଭଙ୍ଗାଯିବ ବୋଲି କହିଥିଲେ। ଘର ଭାଙ୍ଗିବା ପରେ ଗାଡ଼ିରେ ଆଣି ତାଙ୍କୁ ବୁଦ୍ଧବିହାର ପ୍ରକଳ୍ପଠାରେ ଛାଡ଼ି ଦିଆଗଲା। ୭ ଦିନ ହେଲାଣି ସେ ପରିବାର ସହ ଆସି ବୁଦ୍ଧବିହାରରେ ତିଆରି ହୋଇଥିବା ଘର ବାହାରେ ପଡ଼ିଛନ୍ତି। ଅଧିକାରୀମାନେ ଆସୁଛନ୍ତି, ଘର ମିଳିବ ବୋଲି ଆଶ୍ବାସନା ଦେଉଛନ୍ତି, କିନ୍ତୁ ୭ ଦିନ ହେଲାଣି, ସେମାନେ ସେହିଭଳି ରାସ୍ତାକଡ଼ରେ ଅଛନ୍ତି। ସେହିଭଳି ୧୫ ନମ୍ବର ୱାର୍ଡ ବେହେରା ବସ୍ତିରୁ ଗତକାଲି ୩ ପରିବାରଙ୍କୁ ବିଡିଏ ଉଚ୍ଛେଦ କରିଥିଲା। ୨ ପରିବାରଙ୍କୁ ଗାଡ଼ିରେ ଆଣି ବୁଦ୍ଧବିହାର ପ୍ରକଳ୍ପଠାରେ ଛାଡ଼ି ଦିଆଗଲା। କିନ୍ତୁ କାଲିଠୁ ଏହି ଦୁଇ ପରିବାର ଖୋଲା ଆକାଶ ତଳେ ଶୀତକାକରରେ ଜୀବନ କାଟୁଛନ୍ତି। ବେହେରା ବସ୍ତିରୁ ଉଚ୍ଛେଦ ହୋଇଥିବା ଅନାମ ପରିଡ଼ା ଓ ତାଙ୍କ ସ୍ତ୍ରୀ ସସ୍ମିତା ପରିଡ଼ା, ପ୍ରମୋଦ କୁମାର ଶତପଥୀ ଓ ବନଲତା ଶତପଥୀ ପ୍ରମୁଖ କହିଛନ୍ତି, ସେମାନଙ୍କ ଘର ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। କିନ୍ତୁ ଦୁଇଦିନ ବିତିଗଲାଣି, କେହି ତାଙ୍କ କଥା ଶୁଣୁନାହାନ୍ତି। ମଶା ଡାଉଁଶରେ ଶୀତ କାକରରେ ପିଲାଛୁଆଙ୍କ ସହ ଖୋଲା ଆକାଶ ତଳେ ପଡ଼ିଛୁ ବୋଲି କହିଛନ୍ତି।