They rented out: ଭଡ଼ାରେ ଘର ଦେଇଥିଲେ, ଏବେ କାନ୍ଦୁଛନ୍ତି

ମାଲିକ ନାହାନ୍ତି। ହେଲେ ମାଟିରେ ମିଶିଯାଇଛି ଘର। ଗୋଟିଏ କି ଦୁଇଟି ନୁହେଁ, ବରଂ ୪ ବଖରା ଘର ଚୂରମାର। ଖବର ପାଇ ମାଲିକ ପହଞ୍ଚିଲା ବେଳକୁ ଆଉ କିଛି ନାହିଁ। ନା ଘର.....

Untitled-2

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର,୨୧/୧୧(ଇମିସ): ମାଲିକ ନାହାନ୍ତି। ହେଲେ ମାଟିରେ ମିଶିଯାଇଛି ଘର। ଗୋଟିଏ କି ଦୁଇଟି ନୁହେଁ, ବରଂ ୪ ବଖରା ଘର ଚୂରମାର। ଖବର ପାଇ ମାଲିକ ପହଞ୍ଚିଲା ବେଳକୁ ଆଉ କିଛି ନାହିଁ। ନା ଘର ଅଛି ନା ଭଡ଼ାଟିଆ। କେହି ବି ନାହାନ୍ତି। ଭଡ଼ାଟିଆ ଘର ପାଇ ବୁଦ୍ଧବିହାର ଆବାସ କଲୋନିରେ ରହୁଛନ୍ତି। ଆଉ ମାଲିକ ଏବେ ବାର ଦୁଆର ବୁଲୁଛନ୍ତି। ମୋ ଘର କିଏ ନେଲା ବୋଲି ଚିତ୍କାର କରୁନ୍ତି। ହେଲେ କେହି ଶୁଣୁନାହାନ୍ତି। ବରଂ ବିଏମ୍‌ସି ଅଧିକାରୀ କହୁଛନ୍ତି ଏଯାଏ କୁଆଡ଼େ ଥିଲେ। ସର୍ଭେ ସମୟରେ ତାଲିକାରେ ଯାହାଙ୍କ ନାମ ଚଢ଼ିଥିଲା ସେମାନେ ଘର ପାଇଛନ୍ତି। ଆପଣଙ୍କ ଘର ସମ୍ପର୍କରେ କୌଣସି ତଥ୍ୟ ଆମ ପାଖରେ ନାହିଁ। ଆଜି ଏଭଳି ଦେଖିବାକୁ ମିଳିଥିଲା ବୁଦ୍ଧବିହାର ଆବାସରେ। ଘର ନପାଇ ମାଲିକମାନେ ବାହାରେ ହୋହାଲ୍ଲା କରୁଥିବା ବେଳେ ଭଡ଼ାଟିଆ କିନ୍ତୁ ଘର ପାଇ ତାହାକୁ ସଜା‌ଡ଼ିବାରେ ଲାଗିପଡ଼ିଛନ୍ତି।
ଅଭିଯୋଗ ହୋଇଛି ଯେ ବସ୍ତିବାସିନ୍ଦାଙ୍କ ସର୍ଭେ ଠିକ୍‌ ଭାବେ ହୋଇ ନାହିଁ। ଯାଞ୍ଚ ସମୟରେ ଯେଉଁମାନଙ୍କ ନାମରେ ବିଦ୍ୟୁତ୍‌ ବିଲ୍‌, ପାଣି ବିଲ୍‌, ଆଧାର କାର୍ଡ ରହିଛି ସେମାନଙ୍କୁ ବାଦ୍‌ ଦିଆଯାଇଛି। ବରଂ ଯେଉଁମାନେ ଭଡ଼ାରେ ରହୁଥିଲେ ସେମାନଙ୍କ ନାଁକୁ ସାମିଲ କରାଯାଇଛି। ମାଲିକ ନ ଥିଲେ ମଧ୍ୟ କେତେକ ସ୍ଥାନରେ ଭଡ଼ାଟିଆକୁ ଘର ଆଗରେ ଛିଡ଼ା କରାଇ ବିଏମ୍‌ସି ଫଟୋ ନେବା ସହ ତାଙ୍କ ନାଁକୁ ସର୍ଭେରେ ସାମିଲ କରି ନେଇଛନ୍ତି। ଏଭଳି  ସର୍ଭେ ଦ୍ବାରା ଘରମାଲିକମାନେ ହଇରାଣ ହେଉଛନ୍ତି। ଘର ଭାଙ୍ଗିବା ପୂର୍ବରୁ ଆଉଥରେ ଭଲ ଭାବେ ଯାଞ୍ଚ କରିବାର ଥିଲା ବୋଲି ମାଲିକମାନେ ଆଜି ସେଠାରେ କହିଥିଲେ। ଆହୁରି ମଧ୍ୟ ଅଭିଯୋଗ ଆସିଛି ‌ଯେ ସରକାରୀ ଅଧିକାରୀ, ରାଜନେତାମାନେ ନିଜ ସମ୍ପର୍କୀୟଙ୍କ ନାଁକୁ ସର୍ଭେ ସମୟରେ ସାମିଲ କରିଦେଇଛନ୍ତି। ତଦନ୍ତ କଲେ ବହୁ ଗୁମର ଖୋଲିବ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।
ସାଲିଆସାହିରୁ ୫୫୬ ପରିବାର ଉଚ୍ଛେଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତଙ୍କୁ ଘର ମିଳିପାରି ନାହିଁ। ପୂର୍ବରୁ ଓ ପ୍ରଥମ ଦିନରେ ଉଚ୍ଛେଦ ହୋଇଥିବା ପରିବାର ଇତିମଧ୍ୟରେ ନିଜର ଘର ପାଇବା ସହ ତାହାକୁ ସଜାଇବାରେ ଲାଗିପଡ଼ିଛନ୍ତି। ମାତ୍ର ଅଧାରୁ ଅଧିକ ପରିବାରକୁ ଏଯା‌ଏ ଚାବି ମିଳିପାରି ନାହିଁ। ଯେଉଁଥିପାଇଁ ଆସବାବପତ୍ର ଧରି ସେମାନେ ଏବେ ଆପାର୍ଟମେଣ୍ଟ ବାହାରେ ପ୍ରଶାସନର ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି। ସେମାନେ କହିଛନ୍ତି ଯେ ଆପାର୍ଟମେଣ୍ଟ ବାହାରେ ସାମଗ୍ରୀଗୁଡ଼ିକ ରହିଥିବାରୁ ଚୋରି ହେବାର ଭୟ ରହୁଛି। ତେଣୁ ଦିନ ରାତି ୨୪ ଘଣ୍ଟା ଧରି ସାମଗ୍ରୀଗୁଡ଼ିକୁ ଜଗି ରହିବାକୁ ପଡ଼ୁଛି। ରାତିରେ ଯାହା ଟିକିଏ କମ୍ୟୁନିଟି ହଲ୍‌ରେ ଶୋଉଛୁ। ରାତିରେ ‌କେହି ବି ହେଲେ ଜଣେ ଜଗି ରହୁଛି।
ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ। ଯେଉଁମାାନଙ୍କର ଡକ୍ୟୁମେଣ୍ଟ ଠିକ୍‌ ଥିବ ସେମାନେ ପାଉଛନ୍ତି। ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ ଆହୁରି ୭ ଦିନ ସମୟ ଲାଗିବ। ଅଛି ନା ଭଡ଼ାଟିଆ। କେହି ବି ନାହାନ୍ତି। ଭଡ଼ାଟିଆ ଘର ପାଇ ବୁଦ୍ଧବିହାର ଆବାସ କଲୋନିରେ ରହୁଛନ୍ତି। ଆଉ ମାଲିକ ଏବେ ବାର ଦୁଆର ବୁଲୁଛନ୍ତି। ମୋ ଘର କିଏ ନେଲା ବୋଲି ଚିତ୍କାର କରୁନ୍ତି। ହେଲେ କେହି ଶୁଣୁନାହାନ୍ତି। ବରଂ ବିଏମ୍‌ସି ଅଧିକାରୀ କହୁଛନ୍ତି ଏଯାଏ କୁଆଡ଼େ ଥିଲେ। ସର୍ଭେ ସମୟରେ ତାଲିକାରେ ଯାହାଙ୍କ ନାମ ଚଢ଼ିଥିଲା ସେମାନେ ଘର ପାଇଛନ୍ତି। ଆପଣଙ୍କ ଘର ସମ୍ପର୍କରେ କୌଣସି ତଥ୍ୟ ଆମ ପାଖରେ ନାହିଁ। ଆଜି ଏଭଳି ଦେଖିବାକୁ ମିଳିଥିଲା ବୁଦ୍ଧବିହାର ଆବାସରେ। ଘର ନପାଇ ମାଲିକମାନେ ବାହାରେ ହୋହାଲ୍ଲା କରୁଥିବା ବେଳେ ଭଡ଼ାଟିଆ କିନ୍ତୁ ଘର ପାଇ ତାହାକୁ ସଜା‌ଡ଼ିବାରେ ଲାଗିପଡ଼ିଛନ୍ତି।

ଅଭିଯୋଗ ହୋଇଛି ଯେ ବସ୍ତିବାସିନ୍ଦାଙ୍କ ସର୍ଭେ ଠିକ୍‌ ଭାବେ ହୋଇ ନାହିଁ। ଯାଞ୍ଚ ସମୟରେ ଯେଉଁମାନଙ୍କ ନାମରେ ବିଦ୍ୟୁତ୍‌ ବିଲ୍‌, ପାଣି ବିଲ୍‌, ଆଧାର କାର୍ଡ ରହିଛି ସେମାନଙ୍କୁ ବାଦ୍‌ ଦିଆଯାଇଛି। ବରଂ ଯେଉଁମାନେ ଭଡ଼ାରେ ରହୁଥିଲେ ସେମାନଙ୍କ ନାଁକୁ ସାମିଲ କରାଯାଇଛି। ମାଲିକ ନ ଥିଲେ ମଧ୍ୟ କେତେକ ସ୍ଥାନରେ ଭଡ଼ାଟିଆକୁ ଘର ଆଗରେ ଛିଡ଼ା କରାଇ ବିଏମ୍‌ସି ଫଟୋ ନେବା ସହ ତାଙ୍କ ନାଁକୁ ସର୍ଭେରେ ସାମିଲ କରି ନେଇଛନ୍ତି। ଏଭଳି  ସର୍ଭେ ଦ୍ବାରା ଘରମାଲିକମାନେ ହଇରାଣ ହେଉଛନ୍ତି। ଘର ଭାଙ୍ଗିବା ପୂର୍ବରୁ ଆଉଥରେ ଭଲ ଭାବେ ଯାଞ୍ଚ କରିବାର ଥିଲା ବୋଲି ମାଲିକମାନେ ଆଜି ସେଠାରେ କହିଥିଲେ। ଆହୁରି ମଧ୍ୟ ଅଭିଯୋଗ ଆସିଛି ‌ଯେ ସରକାରୀ ଅଧିକାରୀ, ରାଜନେତାମାନେ ନିଜ ସମ୍ପର୍କୀୟଙ୍କ ନାଁକୁ ସର୍ଭେ ସମୟରେ ସାମିଲ କରିଦେଇଛନ୍ତି। ତଦନ୍ତ କଲେ ବହୁ ଗୁମର ଖୋଲିବ ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ସାଲିଆସାହିରୁ ୫୫୬ ପରିବାର ଉଚ୍ଛେଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତଙ୍କୁ ଘର ମିଳିପାରି ନାହିଁ। ପୂର୍ବରୁ ଓ ପ୍ରଥମ ଦିନରେ ଉଚ୍ଛେଦ ହୋଇଥିବା ପରିବାର ଇତିମଧ୍ୟରେ ନିଜର ଘର ପାଇବା ସହ ତାହାକୁ ସଜାଇବାରେ ଲାଗିପଡ଼ିଛନ୍ତି। ମାତ୍ର ଅଧାରୁ ଅଧିକ ପରିବାରକୁ ଏଯା‌ଏ ଚାବି ମିଳିପାରି ନାହିଁ। ଯେଉଁଥିପାଇଁ ଆସବାବପତ୍ର ଧରି ସେମାନେ ଏବେ ଆପାର୍ଟମେଣ୍ଟ ବାହାରେ ପ୍ରଶାସନର ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି। ସେମାନେ କହିଛନ୍ତି ଯେ ଆପାର୍ଟମେଣ୍ଟ ବାହାରେ ସାମଗ୍ରୀଗୁଡ଼ିକ ରହିଥିବାରୁ ଚୋରି ହେବାର ଭୟ ରହୁଛି। ତେଣୁ ଦିନ ରାତି ୨୪ ଘଣ୍ଟା ଧରି ସାମଗ୍ରୀଗୁଡ଼ିକୁ ଜଗି ରହିବାକୁ ପଡ଼ୁଛି। ରାତିରେ ଯାହା ଟିକିଏ କମ୍ୟୁନିଟି ହଲ୍‌ରେ ଶୋଉଛୁ। ରାତିରେ ‌କେହି ବି ହେଲେ ଜଣେ ଜଗି ରହୁଛି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ। ଯେଉଁମାାନଙ୍କର ଡକ୍ୟୁମେଣ୍ଟ ଠିକ୍‌ ଥିବ ସେମାନେ ପାଉଛନ୍ତି। ସମସ୍ତ କାଗଜପତ୍ର ଯାଞ୍ଚ କରିବାକୁ ଆହୁରି ୭ ଦିନ ସମୟ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe