ରାସ୍ତା ଉପରେ ଜାଳିଲେ ବୋଲି... ଘର ଆଗରେ ଜମାଇଦେଲେ ଆବର୍ଜନା

ବିନା ଅନୁମତିରେ ଘର ସମ୍ମୁଖରେ ଥିବା ଏକ ଗଛକୁ କାଟିଦେଲେ। ଏହାକୁ ପୋଡ଼ି ରାସ୍ତା ବନ୍ଦ କରିଦେଲେ। ସ୍ଥାନୀୟ ଲୋକଙ୍କ ସମେତ ବିଏମ୍‌ସି କର୍ମଚାରୀମାନେ ମଧ୍ୟ ଏହାର ପ୍ରତିବାଦ କରିବାରୁ ଘରମାଲିକ ଗାଳିଗୁଲଜ କଲେ।

ssfsfsf

ଭୁବନେଶ୍ବର: ବିନା ଅନୁମତିରେ ଘର ସମ୍ମୁଖରେ ଥିବା ଏକ ଗଛକୁ କାଟିଦେଲେ। ଏହାକୁ ପୋଡ଼ି ରାସ୍ତା ବନ୍ଦ କରିଦେଲେ। ସ୍ଥାନୀୟ ଲୋକଙ୍କ ସମେତ ବିଏମ୍‌ସି କର୍ମଚାରୀମାନେ ମଧ୍ୟ ଏହାର ପ୍ରତିବାଦ କରିବାରୁ ଘରମାଲିକ ଗାଳିଗୁଲଜ କଲେ। ଏଭଳି ଦୀର୍ଘ ଏକ ଘଣ୍ଟା ଚାଲିବା ପରେ ସମ୍ପୃକ୍ତ ଘର ସମ୍ମୁଖରେ ବିଏମ୍‌ସି ଅଳିଆ ଗଦେଇଦେଲା। ଏଭଳି ଏକ ବିଚିତ୍ର ଘଟଣା ଆଜି ଜଗନ୍ନାଥ ବିହାରରେ ଘଟିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ, ଜଗନ୍ନାଥ ବିହାର ଲେନ୍‌-୨ରେ ଥିବା ଏକ ଆମ୍ବଗଛକୁ ବିନାନୁମତିରେ ଘରମାଲିକ କାଟି ଦେଇଥିଲେ।

କାଠଗଣ୍ଡିଗୁଡ଼ିକୁ ରାସ୍ତା ଉପରେ ପକାଇ ରଖିବା ସହିତ ପତ୍ରକୁ ସେହିଠାରେ ହିଁ ଜାଳିବାକୁ ଉଦ୍ୟମ କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଘରମାଲିକ ଗାଳିଗୁଲଜ କରିଥିଲେ। ଅଭିଯୋଗ ପାଇଁ ବିଏମ୍‌ସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ‌ତେବେ ଘରମାଲିକ ତାଙ୍କ କଥାକୁ ବି ଖାତିର ନକରି ଗାଳିଗୁଲଜ କରିଥିଲେ। ଫଳରେ ଏହି ଘର ସମ୍ମୁଖରେ ବିଏମ୍‌ସି ଅଳିଆ ପକାଇ ଦେଇଥିଲା। ତେବେ ବିଏମ୍‌ସିର ଏକ ଆବର୍ଜନା ପରିବହନ କରୁଥିବା ଏଜେନ୍‌ସି ଆବର୍ଜନା ଗଦା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe