ସରକାରୀ ଜମି ମାଡ଼ିବସିଲେ

ସରକାରୀ ଜମି ମାଡ଼ିବସିଲେ

ଭୁବନେଶ୍ବର: ସାମନ୍ତାରପୁରସ୍ଥିତ ପୁରୁଣା ଚେକ୍‌ ଗେଟ୍‌ ନିକଟରେ ୨ ଏକରରୁ ଅଧିକ ସରକାରୀ ଜମିକୁ ଜବରଦଖଲ କରାଯାଇଛି। ଏହି ମୂଲ୍ୟବାନ ଜମିକୁ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକାଳିବା ପାଇଁ ୫ ମାସ ହେଲା ଅଭିଯୋଗ କରାଯାଇଥିଲେ ବି ଭୁବନେଶ୍ବର ତହସିଲ ଓ ବିଏମ୍‌ସି କର୍ତ୍ତୃପକ୍ଷ ନିରବ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ଜବରଦଖଲକାରୀଙ୍କ ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ତାହା ଏକ ବଡ଼ ପ୍ରଶ୍ନବାଚୀ ହୋଇଛି।

ସ୍ଥନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜବରଦଖଲ ହୋଇଥିବା ୨ ଏକର ୩୩୫ଡିସିମିଲ ଜମି ଗୋଚର କିସମର। ବିଏମ୍‌ସି ୫୯ ନମ୍ବର ୱାର୍ଡ ଅଧୀନ ସାମନ୍ତରାପୁର ତାରିଣୀବିହାର ନିକଟରେ ଏହି ଜମି ରହିଛି। ଜବରଦଖଲକାରୀମାନେ ଏହାର କିଛି ଅଂଶରେ ପାଚେରି ବୁଲାଇସାରିଲେଣି। ଏନେଇ ଗତବର୍ଷ ସେପ୍ଟେମ୍ବର ମାସରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ବିଏମ୍‌ସି କମିସନରଙ୍କ ନକଟରେ ଅଭିଯୋଗ କରାଯାଇଥିଲା। ସେତେବେଳେ କମିସନର ଏନେଇ ଅନୁଧ୍ୟାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଏମ୍‌ସି ଜୋନାଲ୍‌ ଡେପୁଟି କମିସନର ରାଜଲକ୍ଷ୍ମୀ ନାୟକ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତେଣୁ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକ ପୁଣି ଥରେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିବେ ବୋଲି କହିଛନ୍ତି। ବିଏମ୍‌ସି ଜୋନାଲ୍‌ ଡେପୁଟି କମିସନର ରାଜଲକ୍ଷ୍ମୀ ନାୟକ ସ୍ଥିତି ଅନୁଧ୍ୟାନ ଜାରି ରହିଛି ବୋଲି ସଫେଇ ଦେଇଛନ୍ତି। ସେହିଭଳି ଭୁବନେଶ୍ବର ତହସିଲଦାର ମଧ୍ୟ ଜବରଦଖଲ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe