ଚୋର ଗିରଫ, ମୋବାଇଲ୍‌ ଜବତ

Advertisment
ଛୋଟା ସକିଲ୍‌ର ଭାଇ ଦୁବାଇରେ ଗିରଫ

ଭୁବନେଶ୍ବର: ମୋବାଇଲ୍‌ ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ମୋବାଇଲ୍‌ ଜବତ କରିଛି। ସେ ହେଲା, ବାଲିପାଟଣା ଅଞ୍ଚଳର ଦୈତାରୀ ସାହୁ(୪୬)। ପୁଲିସ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ସାଲିକ୍‌ ଆସିକ୍‌ ହୁସେନ୍‌ ନାମକ ଜଣେ ଯୁବକ ରସୁଲଗଡ଼ରୁ କାମ ସାରି ଘରକୁ ଫେରୁଥିଲେ। ସେ କଟକ ରୋଡ୍‌ରେ ଯାଉଥିବା ସମୟରେ ଦୈତାରୀ ପଛପଟୁ ଏକ ବାଇକ୍‌ରେ ଆସି ମୋବାଇଲ୍‌ ଝାମ୍ପି ନେଇଥିଲା। ଏନେଇ ସାଲିକ୍‌ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe