ଧରାପଡ଼ିଲା ବାବା ବେଶଧାରୀ ସିନ୍ଧିଚୋର

Advertisment

ଆଜ୍‌ବେଷ୍ଟସ୍‌ ଭାଙ୍ଗି ପଶିଥିଲା

ଆଜ୍‌ବେଷ୍ଟସ୍‌ ଭାଙ୍ଗି ପଶିଥିଲା

ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ଭୁବନେଶ୍ବର: ଆଜ୍‌ବେଷ୍ଟସ୍‌ ଛାତ କଣା କରି କିମ୍ବା ସ୍କାଏଲାଇଟ୍‌ ଭାଙ୍ଗି ବିଭିନ୍ନ ଦୋକାନରୁ ଲୁଟ୍‌ କରୁଥିବା ଜଣେ କୁଖ୍ୟାତ ସିନ୍ଧିଚୋର ଗତକାଲି ରାତିରେ ଧରାପଡ଼ିଛି। ଭରତପୁର ଥାନା ପୁଲିସ କାବୁ କରିଥିବା ଏହି ବାବା ବେଶଧାରୀ ଅଭିଯୁକ୍ତ ହେଲା ଜଗତସିଂହପୁର ଜିଲ୍ଲା ଏର୍‌ସମା ଅଞ୍ଚଳର ଗିରିଧାରୀ ଦାସ(୨୮)। ମିଳିଥିବା ସୂଚନାନୁସାରେ ଗିରିଧାରୀ ସବୁବେଳେ ବାବା ବେଶରେ ବୁଲୁଥାଏ। ଏମିତିକି ଅନେକ ତାକୁ ବାବା ଗିରିଧାରୀ ବୋଲି କୁହନ୍ତି। ରାଜଧାନୀର ବିଭିନ୍ନ ବସ୍ତିରେ ସମ୍ପର୍କୀୟଙ୍କ ଘରେ ରହି ରାଜଧାନୀରେ ଚୋରି କରେ ଏବଂ ଚୋରି କରିବା ପରେ ଗାଁକୁ ପଳାଏ।

ବାବା ବେଶରେ ବୁଲିବା ଭିତରେ ସେ ରେକି କରି କିଛି ଦୋକାନକୁ ଟାର୍ଗେଟ୍‌ କରିଥାଏ। ଗୁରୁବାର ରାତି ପାଖାପାଖି ସାଢ଼େ ୨ଟା ସମୟରେ ବାବା ଗିରିଧାରୀ ଭରତପୁର ଥାନା ଶ୍ୟାମପୁର ବଜାରସ୍ଥିତ ଏକ ଦୋକାନର ଆଜ୍‌ବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିଲା। ତେ‌ବେ ଆଜ୍‌ବେଷ୍ଟସ୍‌ ଭଙ୍ଗା ଶବ୍ଦରେ ଦୋକାନ କଡ଼କୁ ଲାଗି ଏକ ରୁମ୍‌ରେ ଶୋଇଥିବା ମାଲିକ ରାଜକିଶୋର ଦାସଙ୍କ ନିଦ ଭାଙ୍ଗି ଯାଇଥିଲା। ଦୋକାନ ଭିତରୁ ଖଡ୍‌ଖାଡ଼୍‌ ଶବ୍ଦ ଶୁଣି ରାଜକିଶୋର ନିଶ୍ଚିତ ହୋଇଥିଲେ ଯେ ଭିତରେ ଚୋର ଅଛି। ତେଣୁ ସେ ଉପସ୍ଥିତ ବୁଦ୍ଧି ଖଟାଇ ପାଟି କରିନଥିଲେ ଏବଂ ଭରତପୁର ଥାନାକୁ ଫୋନ୍‌ କରିଦେଲେ। ଦୋକାନ ଭିତରେ ଚୋର ଥିବା ଶୁଣି ପୁଲିସର ଦୁଇଟି ଟିମ୍‌ ସେଠାରେ ପହଞ୍ଚି ଦୋକାନକୁ ଚାରି ପଟୁ ଘେରିଯାଇଥିଲେ। ଫଳରେ ବାବା ଗିରିଧାରୀ ଆଉ ଖସିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe