କମ୍ପ୍ୟୁଟର୍‌ ଦୋକାନରୁ ଚୋରି, ୨ ଗିରଫ

Advertisment

ଲାପଟପ୍‌, ମୋବାଇଲ୍‌ ଓ ୮୨ ହଜାର ଟଙ୍କା ଜବତ

ଲାପଟପ୍‌, ମୋବାଇଲ୍‌ ଓ ୮୨ ହଜାର ଟଙ୍କା ଜବତ

କମ୍ପ୍ୟୁଟର୍‌ ଦୋକାନରୁ ଚୋରି, ୨ ଗିରଫ

ଭୁବନେଶ୍ବର: ଦୋକାନ ଭାଙ୍ଗି ଲକ୍ଷାଧିକ ଟଙ୍କାର ଇଲେ‌େକ୍ଟ୍ରାନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ବିବେକ ସେନାପତି(୨୧) ଓ ବିକାଶ ଦାସ(୨୪)। ଏଠାରେ ଉଭୟ ସାଲିଆସାହି ନିରଙ୍କାରୀ ନଗରରେ ରହୁଥିଲେ। ପୁଲିସ ସେମାନଙ୍କଠାରୁ ୮୨ହଜାର ଟଙ୍କା, ୬ଟି ଲାପ୍‌ଟପ୍‌, ୩ଟି ମୋବାଇଲ୍ ଏବଂ ଅନ୍ୟାନ୍ୟ ଇଲେ‌େକ୍ଟ୍ରାନିକ୍ସ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀର ମୂଲ୍ୟ ପାଖାପାଖି ୧୦ଲକ୍ଷ ଟଙ୍କା ହେବ। ବୁଧବାର ବିଳମ୍ବିତ ରାତିରେ ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ସାଲିଆସାହିରେ ଥିବା ସେମାନଙ୍କ ଘର ଉପରେ ଚଢ଼ଉ କରି ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୧ ତାରିଖ ବିଳମ୍ବିତ ରାତିରେ ବିବେକ ଓ ବିକାଶ ନୂଆପଲ୍ଲୀ ମିଲେନିୟମ୍‌ ଆଇ ହସ୍ପିଟାଲ ନିକଟରେ ଥିବା ଏକ କମ୍ପ୍ୟୁଟର୍‌ ଦୋକାନର ଝରକା ଭାଙ୍ଗି ୧୦ ଲକ୍ଷ ଟଙ୍କା ମୂଲ୍ୟର ଲାପ୍‌ଟପ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ପରଦିନ ସକାଳ ପ୍ରାୟ ୯ଟାରେ ଦୋକାନ ମାଲିକ ବିଷ୍ଣୁ ପ୍ରସାଦ ଏହା ଜାଣିବା ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭି ଯାଞ୍ଚ କରି ଲୁଟେରାମାନଙ୍କୁ ଚିହ୍ନଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe