ଭୁବନେଶ୍ବର: ଓଡ଼ିଆ ପ୍ରଥା, ପରମ୍ପରା ଓ ଚଳଣୀର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ‘ସଂଭାବନା’ ପକ୍ଷରୁ ଆୟୋଜିତ ଓଡ଼ିଆ ମହୋତ୍ସବର ମୁଖ୍ୟ ଆକର୍ଷଣ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଆଜି ଥିଲା ତୃତୀୟ ଦିନ। ଏହି ଅବସରରେ ଏକାମ୍ର ହାଟ ମୁକ୍ତମଞ୍ଚରେ ଜମିଥିଲା ମିଠା ପାନ ଭଙ୍ଗା ଓ ଝୋଟି ଅଙ୍କା ଆସର। ୬ ଦିନିଆ ଉଦ୍ଯାପନୀ ଉତ୍ସବର ତୃତୀୟ ସଂଧ୍ୟାରେ ଅତିଥି ଭାବେ ଗୀତିକାର ବୃନ୍ଦାବନ ଜେନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ମନସ୍ବିନୀ ସାହୁ ଏବଂ ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ପାନ ଭଙ୍ଗା ପ୍ରତିଯୋଗିତାର ବିଚାରକ ଭାବେ ବୈଷ୍ଣବ ଚରଣ ମହାନ୍ତି ଓ କସ୍ତୁରିକା ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିଭଳି ଝୋଟି ପ୍ରତିଯୋଗିତାର ବିଚାରକ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ସୁବ୍ରତ ମଲ୍ଲିକ ଓ ଚିନ୍ତାମଣି ବିଶ୍ୱାଳ ଯୋଗ ଦେଇଥିଲେ। ଶିଶୁ କିଶୋରଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଥିଲେ ସାମ୍ବାଦିକ ଶତ୍ରୁଜିତ୍ ଓ ସାହିତ୍ୟିକା ଛନ୍ଦା ମିଶ୍ର। ଏହି ଅବସରରେ ଦିବ୍ୟଜ୍ୟୋତି ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ସଂଭାବନାର ସଦସ୍ୟ ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ ଓ ସତ୍ୟବ୍ରତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ଓଡ଼ିଆଣୀଙ୍କ ମଧ୍ୟରେ ହୁଳହୁଳି ଓ ପାରମ୍ପରିକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/04/Untitled-12-9.jpg)