ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ ପୁସ୍ତକ ‘ତୃତୀୟ ନୟନ’ ଏବଂ ‘ଗାନ୍ଧିଜୀଙ୍କ ଦୁଃଖ’ ଉନ୍ମୋଚିତ ହୋଇଯାଇଛି। ପ୍ରେସ୍ କ୍ଲବ୍ ପରିସରରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ‘ଆଉଟ୍ଲୁକ୍’ ପତ୍ରିକାର ସମ୍ପାଦିକା ରୁବେନ୍ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଦ୍ୱୟକୁ ଲୋକାର୍ପଣ କରିଥିଲେ। ରୁବେନ୍ ବାନାର୍ଜୀ ପୁସ୍ତକ ଉନ୍ମୋଚନ କରି କହିଲେ, ବୈଷୟିକ ଜ୍ଞାନକୌଶଳ ସାମ୍ବାଦିକତାକୁ ବାଟବଣା କରିଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେବା ସହ ସାମ୍ବାଦିକତା ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଆବଶ୍ୟକ ବୋଲି ସେ କହିଥିଲେ। ସେ ଏକଥା ବି କହିଲେ, ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ପାଚେରି ଠିଆ ହେଉଛି। ତେଣୁ ଏକ୍ଷେତ୍ରରେ ସାମ୍ବାଦିକମାନେ କାର୍ଯ୍ୟ କରିବା ସହ ସେମାନଙ୍କ ମଧ୍ୟରେ ସଦ୍ଭାବନା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ‘ତୃତୀୟ ନୟନ’ ପୁସ୍ତକର ସମୀକ୍ଷା କରିଥିବା ବେଳେ ‘ଗାନ୍ଧିଜୀଙ୍କ ଦୁଃଖ’ ପୁସ୍ତକର ସମୀକ୍ଷା କରିଥିଲେ କଥାକାର ଅଧ୍ୟାପକ ବିଶ୍ୱରଂଜନ। ପୁସ୍ତକ ଦ୍ୱୟର ଲେଖକ ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ କବି କେଦାର ମିଶ୍ର ଉପସ୍ଥିତ ଥିଲେ। ଆସୋସିଏଟେଡ୍ ମିଡିଆ ଫାଉଣ୍ଡେସନ୍ ଏବଂ ବର୍ଷା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ପୁସ୍ତକର ମୂଲ୍ୟ ୨୫୦ ଟଙ୍କା ରହିଛି।
‘ତୃତୀୟ ନୟନ’, ଗାନ୍ଧିଜୀଙ୍କ ଦୁଃଖ’ ଲୋକାର୍ପିତ
Advertisment
Follow Us