ଭୁବନେଶ୍ୱର: ହାଇଦ୍ରାବାଦରେ ଡାକ୍ତର ଦିଶା (ଗଣଦୁଷ୍କର୍ମ ପୀଡିତାଙ୍କ ଛଦ୍ମନାମ)ଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍କାଉଣ୍ଟରକୁ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ସ୍ବାଗତ କରାଯାଇଛି। ଆଜି ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା କିନ୍ନରଙ୍କ ନେତୃତ୍ୱରେ ପ୍ରାୟ ୧୦୦ ଜଣ କିନ୍ନର ମାଷ୍ଟର କ୍ୟାଣ୍ଟିନ ଛକରେ ଏକାଠି ହୋଇ ‘ଦିଶା ଅମର ରହେ, ଦିଶାଙ୍କୁ ଉପଯୁକ୍ତ ନ୍ୟାୟ ମିଳିଛି’ ଆଦି ସ୍ଲୋଗାନ ଦେବା ସହିତ ତେଲେଙ୍ଗାନା ପୁଲିସର କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ। ସମସ୍ତ ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗୁଳି କରି ମାରି ଦିଆଯାଉ ବୋଲି ଏଥିରେ ସେମାନେ ଦାବି କରିଥିଲେ। ନ୍ୟାୟାଳୟରୁ ନ୍ୟାୟ ପ୍ରଦାନରେ ବହୁ ବିଳମ୍ବ ହେଉଥିବାରୁ ଅଭିଯୁକ୍ତମାନେ ସାକ୍ଷୀମାନଙ୍କୁ ଧମକ ଚମକ ଦେଇ ସେମାନଙ୍କ ପାଟି ବନ୍ଦ କରିଦେଉଥିବାରୁ ଏଭଳି ତତ୍କ୍ଷଣାତ ପଦକ୍ଷେପ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେଇପାରିବ ବୋଲି ସେମାନେ କହିଥିଲେ। ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀଙ୍କୁ ଏହିଭଳି ଦଣ୍ଡ ମିଳୁ ବୋଲି ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କିନ୍ନର ସଂଘର ପୂଜା, ଲକି, ରିଆ, ଶୁଭ, ଯମୁନା କିନ୍ନର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ତେଲେଙ୍ଗାନା ପୁଲିସ୍ ସମର୍ଥନରେ ବାହାରିଲେ କିନ୍ନର ମହାସଂଘ, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ବି ଗଣଦୁଷ୍କର୍ମକାରୀଙ୍କୁ ଏହିଭଳି ଦଣ୍ଡ ଦିଆଯାଉ
Advertisment
Follow Us