ତୃତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ ପ୍ରଦାନ

Advertisment
ତୃତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ ପ୍ରଦାନ

ଭୁବନେଶ୍ବର: କାଞ୍ଚନ ଫାଉଣ୍ଡେସନ ତରଫରୁ ତୃତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ ହୋଟେଲ ଲେମନ୍ ଟ୍ରି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ତାପସ ରଞ୍ଜନ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଏମ୍‌ସି ମେୟର ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଇ ଆଣ୍ଡ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ନାଲ୍‌କୋର ଏଚ୍ଆର ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର, କାଞ୍ଚନ ଫାଉଣ୍ଡେସନର ଉପଦେଷ୍ଟା ତଥା ସମାଜସେବୀ ଶୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ୧୭ଟି କମ୍ପାନିକୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଭାପତି ରଞ୍ଜନ କୁମାର ମହାପାତ୍ର, ଉପସଭାପତି ବିଶ୍ୱଜିତ ସାମନ୍ତରାୟ, ଜିତୁ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶୁଭଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe