ଏବେ ରାଜଧାନୀରେ ହଜାରେ ଶଯ୍ୟା, ୭୫ ଆଇସିୟୁ ଖାଲି ଅଛି

Advertisment

ସବୁ ଆମ୍ବୁଲାନ୍ସ ଜିପିଏସ୍‌ ଟ୍ରାକିଂ ହେଉଛି

ସବୁ ଆମ୍ବୁଲାନ୍ସ ଜିପିଏସ୍‌ ଟ୍ରାକିଂ ହେଉଛି

ଏବେ ରାଜଧାନୀରେ ହଜାରେ ଶଯ୍ୟା, ୭୫ ଆଇସିୟୁ ଖାଲି ଅଛି

Image Source: India Today

ଭୁବନେଶ୍ବର : ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ପଜିଟିଭ୍ ହାର ବି କମୁଛି। ଆଉ କିଛି ଦିନ ଏହିଭଳି ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଲେ, ଖୁବ୍‌ ଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ବିଏମ୍‌ସି କମିସନର କହିଛନ୍ତି। ଯାହାର ପ୍ରଭାବ କୋଭିଡ ହସ୍ପିଟାଲର ଶଯ୍ୟା ଉପରେ ପଡ଼ିଛି। ଏବେ ରାଜଧାନୀରେ ବିଭିନ୍ନ କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ଶଯ୍ୟା ଥିବା ବେଳେ ମୋଟ୍ ୨ହଜାର ଶଯ୍ୟା ଖାଲି ଅଛି। ଏହାବାଦ୍ ୭୫ଟି ଆଇସିୟୁ ଶଯ୍ୟା ଖାଲି ଅଛି। ତେଣୁ ଏବେ କୋଭିଡ ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲର କୌଣସି ସମସ୍ୟା ନାହିଁ।

ସବୁ ଆମ୍ବୁଲାନ୍ସ ଜିପିଏସ୍‌ ଟ୍ରାକିଂ ହେଉଛି
ସବୁ ଆକ୍ରାନ୍ତଙ୍କ ନିକଟରେ ଯେପରି ଯଥାସମ୍ଭବ କମ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚିବ, ସେଥିପାଇଁ ତିନିଟି ଜୋନ୍‌ରେ ୧୦ଟି ଲେଖାଏଁ ଆମ୍ବୁଲାନ୍ସ ରଖାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ବି ପ୍ରାୟ ୨୦ଟି ଆମ୍ବୁଲାନ୍ସ ଅଛି। ରୋଗୀ ସ୍ଥାନାନ୍ତରରେ ଯେପରି ଆମ୍ବୁଲାନ୍ସର ଅଭାବ ରହିବନି କି ଆମ୍ବୁଲାନ୍ସ କର୍ମଚାରୀ କିଛି ସମସ୍ୟା କରିବେନି, ସେଥିପାଇଁ ସବୁ ଆମ୍ବୁଲାନ୍ସରେ ଜିପିଏସ୍‌ ଲାଗିଛି। ଏହାକୁ ୨୪ ଘଣ୍ଟା ଟ୍ରାକିଂ କରାଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

କିଏ କେତେ ଟିକା ନେଲେଣି
ବିଏମ୍‌ସିର ସୂଚନା ଅନୁଯାୟୀ, ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଡୋଜ୍ ଟିକା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩୩୪୨୯ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍‌, ୪୮,୪୧୦ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‌ ଏବଂ ୨୮,୮୫୩ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇଛି। ଏହାବାଦ୍ ୪୫ ବର୍ଷରୁ ଊର୍ଦ୍ଧ୍ବ ୩ଲକ୍ଷ ୩୮ ହଜାର ୪୬୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୨ଲକ୍ଷ ୧୧ ହଜାର ୮୯୦ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ୧୮ରୁ ୪୪ ବର୍ଷ ବୟସର ୧ଲକ୍ଷ ୭୦ ହଜାର ୧୪୦ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଖୁବ୍ ଶୀଘ୍ର ଏହି ବର୍ଗର ଲୋକଙ୍କୁ ଟିକାକରଣ ପାଇଁ ତାରିଖ ଘୋଷଣା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe