ଦାଦାବଟି ମାଗି ପୁଣି ଫସିଲେ ଆଉ ୩ ୱେବ୍ ପୋର୍ଟାଲର ରିପୋର୍ଟର

ଖାଦ୍ୟ ପ୍ରସ୍ତୁତି ସଂସ୍ଥା ମାଲିକଙ୍କୁ ଧମକ ଦେଇ ମାଗୁଥିଲେ ୧ ଲକ୍ଷ ଟଙ୍କା

ମହିଳାଙ୍କୁ ଅସଦାଚରଣ; ୧୦ ଦିନ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

The New Indian Express

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ୱେବ୍ ପୋର୍ଟାଲର ୫ ଜଣ ସାମ୍ବାଦିକ ଓ ବଟିମାଗି ସୋମବାର ଗିରଫ ହେବାର ୨୪ ଘଣ୍ଟା ନପୂରୁଣୁ ଆଜି ପୁଣି ସମାନ ଧରଣର ଏକ ଅଭିଯୋଗ ସାମ୍ନାକୁ ଆସିଛି। କଳିଙ୍ଗ ବିହାର-୪ ନିବାସୀ ତଥା ଶ୍ରୀଲକ୍ଷ୍ମୀ ନାମକ ଏକ ଖାଦ୍ୟ ପ୍ରସ୍ତୁତି ୟୁନିଟର ମାଲିକ ଏହି ଅଭିଯୋଗ ଆଣିଛନ୍ତି। ସେ ତାଙ୍କର ଅଭିଯୋଗ କହିଛନ୍ତି ଯେ, ଗତ ୨୨ ତାରିଖ ଅପରାହ୍ନରେ ତିନି ଜଣ ବ୍ୟକ୍ତି ତାଙ୍କ ନିକଟକୁ ଆସିବା ସହ ସେମାନଙ୍କୁ ପ୍ରେସ୍‌ ରିପୋର୍ଟର ଭାବେ ପରିଚୟ ଦେଇଥିଲେ। ଏଥି ସହ ଚାଲିଥିବା ଶ୍ରୀଲକ୍ଷ୍ମୀ ଖାଦ୍ୟ ପ୍ରସ୍ତୁତି ୟୁନିଟ ବେଆଇନ ଥିବା ତାଙ୍କୁ କହିବା ସହ ଏହି ମାମଲାରେ ତାଙ୍କୁ ଟଙ୍କା ମାଗିଥିଲେ। ନଚେତ୍‌ ଏହି ଘଟଣାକୁ ସେମାନେ ଗଣମାଧ୍ୟମରେ ପ୍ରକାଶ କରିବେ ଏବଂ ପରବର୍ତ୍ତୀ ପରିସ୍ଥିତି ପାଇଁ ୟୁନିଟର ମାଲିକ ଦାୟୀ ରହିବେ ବୋଲି ତାଙ୍କୁ ଚେତାବନୀ ଦେଇଥିଲେ। ଏହିପରି ଭାବେ ଖାଦ୍ୟ ୟୁନିଟର ମାଲିକଙ୍କୁ ଭୟଭୀତ କରାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ।

ତେବେ ଏମାନଙ୍କ ଉପରେ ସେହି ଖାଦ୍ୟ ୟୁନିଟର ମାଲିକଙ୍କ ସନ୍ଦେହ ଆସିବାରୁ ସେ ଘଟଣା ସଂପର୍କରେ ନିକଟସ୍ଥ ତମାଣ୍ଡୋ ଥାନାରେ ଯାଇ ଅଭିଯୋଗ କରିଥିଲେ ଏବଂ ତାଙ୍କ ନିକଟକୁ ଯାଇ ଟଙ୍କା ମାଗିଥିବା ବିକାଶ ଚନ୍ଦ୍ର ବେହେରାଙ୍କ ସହିତ କାହ୍ନା ନାୟକ ଏବଂ ବିନାୟକ ବେହେରାଙ୍କୁ ଚିହ୍ନଟ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe