ଭୁବନେଶ୍ୱର : କଟୁରି ଦେଖାଇ ଯୁବକଙ୍କୁ ଧମକ, ଭିଡିଓ ଭାଇରାଲ

ଭୁବନେଶ୍ୱର : କଟୁରି ଦେଖାଇ ଯୁବକଙ୍କୁ ଧମକ, ଭିଡିଓ ଭାଇରାଲ

ଭୁବନେଶ୍ୱର : ବାପ-ପୁଅଙ୍କ ଭିତରେ ବିବାଦ ଉଗ୍ରରୂପ ନେଇଛି। ବାପାଙ୍କ ସହ ମନାନ୍ତରଙ୍କୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦରୁ ଉନ୍ମତ୍ତକାଣ୍ଡ ଘଟାଇଛି ପୁଅ। ଜଣେ ବ୍ୟକ୍ତିଙ୍କୁ କାତି(ଦକ୍ଷିଣୀ କଟୁରୀ) ଦେଖାଇ ଧମକଚମକ ଦେଇଛି ପୁଅ। ଏହି ଘଟଣାରେ ଖାରବେଳନଗର ଥାନା ପୁଲିସ ଅଭିଯୁକ୍ତ ଶାସ୍ତ୍ରୀନଗର ଅଞ୍ଚଳର ଅରୁଣ ପ୍ରହାରଜକୁ ଗିରଫ କରିଛି। ବ୍ୟବହୃତ କଟୁରିକୁ ପୁଲିସ ଜବତ କରିବା ସହ ମାମଲା ରୁଜୁ କରିଛି। ସାମନ୍ତରାପୁରରେ ମିଠା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ରାଜଧାନୀବାସୀଙ୍କ ମନରୁ ନ ଲିଭୁଣୁ ଏହି ଘଟଣା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ ସୂଚନା ଅନୁସାରେ, ଅରୁଣ ଓ ତାଙ୍କେ ବାପା ବ୍ରହ୍ମାନନ୍ଦ ପ୍ରହରାଜ ଶାସ୍ତ୍ରୀନଗର ଅଞ୍ଚଳରେ ଗୋଟିଏ କୋଠାରେ ରୁହନ୍ତି। ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବାରୁ ଅଲଗା ଅଲଗା ରହୁଛନ୍ତି। ବ୍ରହ୍ମାନନ୍ଦ ସେହି କୋଠାକୁ ବିକ୍ରି କରିବାକୁ ଚାହୁଁଥିଲେ। ସ୍ଥାନୀୟ ଅଞ୍ଚଳର ବିଷ୍ଣୁଚରଣ ସ୍ବାଇଁଙ୍କ ସହ ଏ ନେଇ ଯୋଗାଯୋଗ କରିଥିଲେ। ଏହି ଘରକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜିବାକୁ ବିଷ୍ଣୁଙ୍କୁ କହିଥିଲେ ବ୍ରହ୍ମାନନ୍ଦ। ଏ କଥା ଅରୁଣଙ୍କ କାନରେ ପଡ଼ିଥିଲା। ତେଣୁ ବିଷ୍ଣୁଙ୍କୁ ଭୟଭୀତ କରିବା ପାଇଁ ଆଜି ସକାଳେ ଅରୁଣ ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ଆଶ୍ଚର୍ଯ୍ୟର କଥା ହେଲା ଅରୁଣ କାନ୍ଧରେ ଏକ ଟେନିସ୍ ରାକେଟ ବ୍ୟାଗ୍ ପକାଇଥିଲେ। ବିଷ୍ଣୁଙ୍କ ଘର ପାଖରେ ପହଞ୍ଚି ତାଙ୍କୁ ଡାକିଥିଲେ। ସେ ବାହାରକୁ ଆସିବା ପରେ ଟେନିସ୍ ବ୍ୟାଗରୁ ଅରୁଣ କାତି ବାହାର କରି ଯଦି କୋଠା ବିକ୍ରି ପାଇଁ ସେ ମଧ୍ୟସ୍ଥ ସାଜନ୍ତି, ତାହାଲେ ଜୀବନରୁ ଶେଷ କରିଦେବାକୁ ଧମକାଇଥି‌ଲେ। ଏହା ପରେ ଅରୁଣ ସେଠାରୁ ପଳାଇଥିଲା। ଏ ସମ୍ପର୍କରେ ବିଷ୍ଣୁ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe