ଭୋଟ୍‌ ନଦେଲେ ରାସନ୍‌ କାର୍ଡ କାଟି ଦେବାକୁ ଧମକ

ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ଭୁବନେଶ୍ବର: ଭୋଟ୍‌ ନଦେଲେ ରାଜଧାନୀରେ ରାସନ୍‌ କାର୍ଡ କାଟି ଦିଆଯିବ ବୋଲି ବସ୍ତିବାସିନ୍ଦାଙ୍କୁ ଧମକ ଦିଆଯାଇଛି। ୬୧ ନମ୍ବର ୱାର୍ଡରୁ ଏମିତି ଏକ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି। ଅଭିଯୋଗ ଅନୁଯାୟୀ ଭୀମଟାଙ୍ଗି ଅଞ୍ଚଳରେ ୩ ହଜାର ବସ୍ତି ବାସିନ୍ଦା ରହିଛି।

ଏଠାରେ ଜଣେ ରାସନ୍‌ ଦୋକାନୀଙ୍କ ପୁଅ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି। ତେବେ ତାଙ୍କୁ ଭୋଟ୍‌ ନଦେଲେ କିମ୍ବା ହାରିଲେ ଅଥବା ଧମକ ସମ୍ପର୍କରେ ପ୍ରଘଟ ହୁଏ ସେ ରାସନ୍‌ କାର୍ଡ କାଟି ଦେବାକୁ ପରୋକ୍ଷ ଧମକ ଦେଉଛନ୍ତି। ଏନେଇ ସ୍ଥାନୀୟ ଲୋକ ଭୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ଏପରି ଧମକ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେହି କାହାର ରାସନ୍‌ କାର୍ଡ କାଟି ପାରିବେ ନାହିଁ। ଏଥିରେ କୌଣସି ଭୟ କରିବାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe