ସଂପର୍କ ନ ରଖିଲେ ଭିଡିଓ ଭାଇରାଲ୍‌ କରିବାକୁ ଧମକ

Advertisment

ମହିଳାଙ୍କୁ ବ୍ଲାକମେଲ୍‌, ଥାନାରେ ମାମଲା

ମହିଳାଙ୍କୁ ବ୍ଲାକମେଲ୍‌, ଥାନାରେ ମାମଲା

ସଂପର୍କ ନ ରଖିଲେ ଭିଡିଓ ଭାଇରାଲ୍‌ କରିବାକୁ ଧମକ

UdaipurTimes.com

ଭୁବନେଶ୍ବର,: ‘ଅଫିସ ଆସି ପୁଣି ଚାକିରି କର। ମୋ ସହ ପୂର୍ବଭଳି ସଂପର୍କ ରଖ’। ନଚେତ୍ ଯେଉଁ ଫଟୋ ଓ ଭିଡିଓ ହ୍ବାଟ୍ସଆପ୍‌ରେ ପଠାଇଛି ତୋ ଶାଶୂଘର ଲୋକଙ୍କୁ ପଠାଇବି। ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବି।’ ଜଣେ ନବବିବାହିତାଙ୍କୁ ଏଭଳି ମେସେଜ୍‌ କରି ବ୍ଲାକମେଲ୍‌ କରୁଥିବା ଜଣେ ଯୁବକ ବିରୋଧରେ ଆଜି ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୩ବର୍ଷ ତଳେ ସେ ରସୁଲଗଡ଼ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ।

ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ଏହା ଭିତରେ ଯୁବକଜଣଙ୍କ ମହିଳାଙ୍କ କିଛି ଫଟୋ ଓ ଭିଡିଓ ତାଙ୍କ ଅଗୋଚରରେ ମୋବାଇଲ୍‌ରେ କଏଦ୍‌ କରି ନେଇଥିଲା। ମାସେ ତଳେ ବିବାହ ହେବା ପରେ ମହିଳା ଚାକିରି ଛାଡ଼ିଦେଇଥିଲେ। ମାତ୍ର ସଂପୃକ୍ତ ଯୁବକ ମହିଳାଙ୍କୁ ଚାକିରିରେ ଯୋଗଦେବା ପାଇଁ ବାଧ୍ୟ କରିଥିଲେ। ମନା କରିବାରୁ ତାଙ୍କୁ ବ୍ଲାକମେଲ୍ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe