ଟଙ୍କା ପାଇଁ ଠିକାଦାରଙ୍କୁ ଅପହରଣ, ୩ ଅଭିଯୁକ୍ତ ଗିରଫ

Advertisment
ଟଙ୍କା ପାଇଁ ଠିକାଦାରଙ୍କୁ ଅପହରଣ, ୩ ଅଭିଯୁକ୍ତ ଗିରଫ

ଚନ୍ଦ୍ରଶେଖରପୁର : ଭିଏସଏସ ନଗର ହନୁମାନ ମନ୍ଦିର ନିକଟରୁ ଠିକାଦାର ମନୋଜ ସେଠୀଙ୍କୁ ଅପହରଣ ମାମଲାରେ ମୈତ୍ରୀବିହାର ଥାନା ପୁଲିସ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ସେମାନେ‌ ହେଲେ ଝାରପଡ଼ା ଅଞ୍ଚଳର ସୁନୀଲ କୁମାର ସ୍ବାଇଁ (୩୦), ଚକେଇସିଆଣି ଅଞ୍ଚଳର ସଂଜୟ କୁମାର ପ୍ରଧାନ (୩୨) ଓ ଗାଡ଼କଣ ଅଞ୍ଚଳର ସୁଶାନ୍ତ ତ୍ରିପାଠୀ (୪୨)। ମନୋଜଙ୍କୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚା‌ଲାଣ କରିଛି।

ଘଟଣା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ମୈତ୍ରୀବିହାର ଅଞ୍ଚଳରେ ରହୁଥିବା ମନୋଜ ଲିଙ୍ଗରାଜ ଅଞ୍ଚଳରୁ କାମ ସାରି ଫେରୁଥିଲା ବେଳେ ସହିଦନଗର ଥାନା ଅଧୀନ ଭିଏସଏସ ନଗର ହନୁମାନ ମନ୍ଦିର ଛକରେ ତିନି ଅଭିଯୁକ୍ତ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ତାଙ୍କୁ ଘୋଷାଡ଼ି ନେଇ ଏକ କାର୍‌ ଭିତରେ ଭର୍ତିକରି ଗାଡ଼କଣର ଏକ ବସ୍ତି ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ମନେଜାଙ୍କ ସ୍ତ୍ରୀଙ୍କୁ ‌ମନୋଜ ମୋବାଇଲରୁ ଫୋନ କରି ୫ଲକ୍ଷ ଟଙ୍କା ଦାବି କରିଥିଲେ। ୫ ଲକ୍ଷ ଟଙ୍କା ପଠାଇ ମନୋଜକୁ ନେଇଯିବ‌ାକୁ କହିଥିଲେ। ଏନେଇ ମନୋଜଙ୍କ ସ୍ତ୍ରୀ ତୁରନ୍ତ ସ୍ଥାନୀୟ ମୈତ୍ରୀବିହାର ଥାନାରେ ଅଭିଯୋଗ ‌କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତଙ୍କ ଠିକଣାରେ ପୁଲିସ ପହଞ୍ଚିଥିଲା। ଘଟଣାର ୧୦ ଘଣ୍ଟା ଭିତରେ ପୁଲିସ ମନୋଜଙ୍କୁ ଉଦ୍ଧାର କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ପୁଲିସ ତଦନ୍ତ ଅନୁଯାୟୀ ଅପହରଣ ହୋଇଥିବା ମନୋଜଙ୍କ ସହିତ ଅଭିଯୁକ୍ତଙ୍କର କୌଣସି ଶତ୍ରୁତା ନାହିଁ। କେବଳ ଅପହରଣ କରି ଅର୍ଥ ଆଦାୟ କରିବା ପାଇଁ ଅଭିଯୁକ୍ତମାନେ ଠିକାଦାର ମନୋଜଙ୍କୁ ଅପହରଣ କରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe