ଅବକାରୀ ଚଢ଼ଉ: ୧୨ ପେଟି ମଦ ଜବତ, ତିନି ଗିରଫ

Advertisment
ଅବକାରୀ ଚଢ଼ଉ: ୧୨ ପେଟି ମଦ ଜବତ, ତିନି ଗିରଫ

ରାଉରକେଲା: କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଚାଲିଛି ୧୫ ଦିନିଆ ଲକ୍ଡାଉନ୍। ଏହାର ଭରପୁର ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ, କିଛି ଢ଼ାବା ଓ ହୋଟେଲ ମାଲିକ। ନିଜ ଦୋକାନରେ ବିଦେଶୀ ମଦ ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରି କରୁଛନ୍ତି। ଆଜି ରାଉରକେଲା ଅବକାରୀ ପୁଲିସ ପକ୍ଷରୁ ଡେଲିମାର୍କେଟ, ଆମ୍ବାଗାନ୍, ସେକ୍ଟର-୫ ମାର୍କେଟରେ ଚଢ଼ଉ କରି ୧୨ ପେଟିରୁ ଅଧିକ ବିଦେଶୀ ମଦ ସହ ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି।

ଡେଲିମାର୍କେଟର ସୁଶାନ୍ତ ଦାସ, ଆମ୍ବାଗାନ୍ର ମନୋଜ ସାହୁ ଓ ସେକ୍ଟର-୬ର କମ୍ବୁଲାଲ ଡୁଙ୍ଗୁରିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏମାନଙ୍କ ନିକଟରୁ ମୋଟ ୦୩.୬୦୦ ଲିଟର ବିଦେଶୀ ମଦ, ୯୩.୬୦୦ ଲିଟର ବିୟର ଏବଂ ୪୬୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏସବୁ ଜାଗାରେ ମଦ ଚଢ଼ା ଦରରେ ବିକ୍ରି ହେଉଥିବା ସୂଚନା ମିଳିଥିଲା।

ରାଉରକେଲା ଅବକାରୀ ଅକ୍ଷୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉପ ଅଧୀକ୍ଷକ ଝସକେତନ ବରିହାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅବକାରୀ ନିରୀକ୍ଷିକା ସ୍ନେହଲତା ନାୟକ, ଉପ ନିରୀକ୍ଷକ ଅର୍ଜୁନ ମଲ୍ଲିକ, ଅବନୀ କୁମାର ମହାପାତ୍ରଙ୍କ ନେତୃତ୍ବରେ ଗଠିତ ଟିମ୍ ଏସବୁ ସ୍ଥାନରେ ଚଢ଼ଉ କରିଥିଲେ। ପୂର୍ବରୁ ପ୍ଲାଣ୍ଟସାଇଟ୍ ପୁଲିସ ଡେଲିମାର୍କେଟ, ଟ୍ରାଫିକ୍ ଗେଟ୍, ସେକ୍ଟର-୨୧ ନୟାବଜାର , ସ’ ମିଲ୍ ଛକରୁ ପେଟି ପେଟି ବିଦେଶୀ ମଦ ଜବତ କରିବା ସହ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe