ଅଜଣା ଗାଡ଼ି ଧକ୍କାରେ ୩ ମଇଁଷି ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ୩ ମଇଁଷି ମୃତ

iStock

ଭୁବନେଶ୍ବର : ୩୧୬ ନମ୍ବର ଜାତୀୟ ରାଜପଥ, ପୁରୀ ବାଇପାସ୍‌ ରାସ୍ତାର କେଶୁରା ନିକଟ‌ରେ ରବିବାର ଦିନ ଗାଡ଼ି ଧକ୍କାରେ ୩ ମଇଁଷିଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳୁ ସକାଳୁ ମଇଁଷିଗୁଡ଼ିକ ରାଜପଥ ଉପରେ ବିକ୍ଷିପ୍ତ ଭାବେ ମରି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୌଣସି ଭାରୀଯାନ ଧକ୍କାରେ ଏମାନଙ୍କ ମୃତ୍ୟୁ ହୋଇଛି।

publive-image

ସୂଚନାନୁଯାୟୀ, ଜାତୀୟ ରାଜପଥରେ ଶତାଧିକ ଗୋରୁ ବୁଲାବୁଲି କରୁଛନ୍ତି। ରାସ୍ତାର ମଝି ଡିଭାଇଡର୍‌ରେ ଲାଗିଥିବା ଗଛ ପତ୍ର ଖାଇବା ସହ ହଠାତ୍‌ ଗାଡ଼ି ଆଗକୁ ଚାଲି ଆସୁଛନ୍ତି। ଫଳରେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଛି। କେତେବେଳେ ଗାଡ଼ି ଚାଳକ ମୃତାହତ ହେଉଛନ୍ତି ତ କେତେବେଳେ ଗୋରୁଗାଈ ମରୁଛନ୍ତି। ଏ ସଂପର୍କରେ ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe