ଥ୍ରି-ଡି ଅନ୍‌ଲାଇନ୍‌ ଚିତ୍ରକଳା ପ୍ରଦର୍ଶନୀ ‘ଦ ଟ୍ରୁ କଲର ଅଫ୍‌ ଆର୍ଟ’: ପ୍ରଦର୍ଶିତ ହେଉଛି ୩୧ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା

Advertisment

ଘରେ ବସି ବୁଲି ହେବ ପ୍ରଦର୍ଶନୀ

ଘରେ ବସି ବୁଲି ହେବ ପ୍ରଦର୍ଶନୀ

ଥ୍ରି-ଡି ଅନ୍‌ଲାଇନ୍‌ ଚିତ୍ରକଳା ପ୍ରଦର୍ଶନୀ ‘ଦ ଟ୍ରୁ କଲର ଅଫ୍‌ ଆର୍ଟ’: ପ୍ରଦର୍ଶିତ ହେଉଛି ୩୧ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ବର: ଘରେ ବସି ବୁଲି ହେବ ଚିତ୍ରକଳା ପ୍ରଦର୍ଶନୀ। ମୋବାଇଲ୍‌ର ଗୋଟିଏ କ୍ଲିକ୍‌ରେ ଆପଣ ଯାଇ ପହଞ୍ଚି ପାରିବେ ପ୍ରଦର୍ଶନୀ କୋଠରୀରେ। କେବଳ ମୋବାଇଲ୍‌ ଫୋନ୍‌କୁ ଆସ୍ତେ ଆସ୍ତେ ବୁଲେଇ ବୁଲେଇ କୋଠରୀ ଭିତରେ ପ୍ରଦର୍ଶିତ ହେଉଥିବା ବହୁ ଉଚ୍ଚମାନର ଚିତ୍ରକଳାକୁ ଉପଭୋଗ କରିହେବ ଓ ପସନ୍ଦ ମୁତାବକ ଚିତ୍ରକଳାଟିକୁ କିଣିହେବ। ଓଡ଼ିଶାର ବଛାବଛା ତଥା ପ୍ରତିଷ୍ଠିତ ଚିତ୍ରଶିଳ୍ପୀଙ୍କୁ ‌ନେଇ ଦେଶରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ଏହି ଥ୍ରି-ଡି ଅନ୍‌ଲାଇନ୍‌ ଚିତ୍ରକଳା ପ୍ରଦର୍ଶନୀ ‘ଦ ଟ୍ରୁ କଲର ଅଫ୍‌ ଆର୍ଟ’। ସମସାମୟିକ ଚିତ୍ରକଳାକୁ ଦେଶ ତଥା ଅନ୍ତର୍ଜାତୀୟ ‌‌ସ୍ତରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ‘ଇନ୍‌ଫିନିଟି ଆର୍ଟ ହାଉସ୍‌’ ଓ ‘ଅବ୍‌ଜା ଫାଉଣ୍ଡେସନ୍‌’ ପକ୍ଷରୁ ଏହି ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ମାସେ ପର୍ଯ୍ୟନ୍ତ ଚାଲିବ।

କଳାପ୍ରେମୀମାନେ www. infinityarthouse.comକୁ ଯାଇ ଏହି ପ୍ରଦର୍ଶନୀ ଘରେ ବସି ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ବୁଲିପାରିବେ। ଏଥିସହ ପସନ୍ଦ ମୁତାବକ ଚିତ୍ରକଳାଟିକୁ ଭଲ ଭାବେ ପାଖରୁ ଦେଖିବା ସହ କିଣିବା ପାଇଁ ବରାଦ ଦେଇପାରିବେ ବୋଲି ‘ଇନ୍‌ଫିନିଟି ଆର୍ଟ ହାଉସ୍‌’ର ପ୍ରତିଷ୍ଠାତା ରୁଦ୍ରପ୍ରସାଦ ଦାସ ସୂଚନା ଦେଇଛନ୍ତି। ଏହି ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଶାର ପ୍ରତିଷ୍ଠିତ ୩୧ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ପଦ୍ମଭୂଷଣ ଯତୀନ ଦାସ, ରାମହରି ଜେନା, ପଞ୍ଚାନନ ସାମଲ, ନିତ୍ୟାନନ୍ଦ ଓଝା, ଅପର୍ଣ୍ଣା ରାଉତ, ଅର୍ଚ୍ଚନା ଦାସ, ବରୁଣ ବେହେରା, ବିଭୁ ପଟ୍ଟନାୟକ, ବିଜୟ ବିଶ୍ବାଳ, ଡାଏନା ମହାପାତ୍ର, ଦେବାର୍ଚ୍ଚନ ରାଉତ, ଗିରୀଶ ବେହେରା, ହରପ୍ରସାଦ ତ୍ରିପାଠୀ, ହୃଷୀକେଶ ବିଶ୍ବାଳ, ଜୟଶ୍ରୀ ଜେନା, ଜ୍ୟୋତିପ୍ରକାଶ ମିଶ୍ର, ପ୍ରବଳ ମଲ୍ଲିକ, ପ୍ରବୀର କୁମାର ଦଳାଇ, ପ୍ରଣତୀ ଦାସ, ପ୍ରତାପ ଜେନା, ରାହୁଳ ମହାକୁଡ଼, ରଜନୀକାନ୍ତ, ରକେଶ ରତନ, ରାକେଶ ମାହାଳ, ରଶ୍ମି ମହାନ୍ତି, ରଶ୍ମିରଞ୍ଜନ ରାଉତ, ସରୋଜ କୁମାର ରାଉତ, ସତ୍ୟରଞ୍ଜନ ସାହୁ, ସୌମ୍ୟ ନାୟକ, ସୂର୍ଯ୍ୟକାନ୍ତ ସ୍ବାଇଁ ପ୍ରମୁଖ ଚିତ୍ରଶିଳ୍ପୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରଦର୍ଶନୀକୁ ଚିତ୍ରଶିଳ୍ପୀ ଦେବାର୍ଚ୍ଚନ ରାଉତ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe