ଭୁବନେଶ୍ୱର : ତିନି ଜଣ ଯୁବକ ଏକ ବାଇକରେ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ଏକ ଡିଭାଇଡର୍କୁ ଧକ୍କା ଦେବା ଫଳରେ ସମସ୍ତେ ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣା ଘଟିଛି ନ୍ୟୁ ଏଜି କଲୋନି ପାଖରେ। ସୂଚନାନୁଯାୟୀ ଯୁବକ ତିନିଜଣ ଏତେ ଜୋର୍ରେ ଯାଉଥିଲେ ଯେ ନ୍ୟୁ ଏଜି କଲୋନି ପାଖରେ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ନିକଟରେ ଥିବା ଡିଭାଇଡର୍ରେ ପଟିହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ନେଇ ସୂଚନା ମିଳିଛିା। ଆହତମାନେ ହେଲେ ଅବିନାଶ ପ୍ରଧାନ, ରାକେଶ ସାହୁ ଓ ଅନ୍ୟ ଜଣେ ତାଙ୍କ ସାଙ୍ଗ ବୋଲି କୁହାଯାଉଛି।
ଡିଭାଇଡର୍କୁ ଧକ୍କା ଦେଇ ୩ ଗୁରୁତର
Advertisment
Follow Us