୩ ଲୁଟେରାଙ୍କୁ ନିର୍ଧୁମ୍‌ ଛେଚି ପୁଲିସ ଜିମା ଦେଲେ ଗ୍ରାମବାସୀ‌

Advertisment
ପାର୍ଲରବାଲିଙ୍କ କାରନାମା: ଭିଡିଓ କରି ମାଗୁଥିଲେ ୨୦ଲକ୍ଷ

Image Courtesy of India Today

ବାଲିଅନ୍ତା : ରାତିକ ମଧ୍ୟ‌ରେ ୨ଟି ସ୍ଥାନରୁ କଳାକନା ବୁଲାଇ ସାରିଥି‌ଲେ। ଆହୁରି ଲୋଭ ହେବାରୁ ଜଣେ ବିଲ୍‌ଡର୍‌ଙ୍କ ଆଉଟ୍‌-ହାଉସ୍‌ ଗ୍ରିଲ କବାଟ ଓ ଝରକା ତାଡ଼ି ଅଟୋରେ ଲଦି ଫେରାର୍‌ ହେବାକୁ ବସିଥିଲେ। କିନ୍ତୁ ଦୁର୍ଭାଗ୍ୟ, ଗ୍ରାମବାସୀଙ୍କ ହାତ‌ରେ ଧରାପଡ଼ି ନିର୍ଧୁମ୍‌ ଛେଚା ଖାଇଲେ। ଗତ ରାତିରେ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମବାସୀମାନେ ୩ ଲୁଟେରାଙ୍କୁ ବାଲିଅନ୍ତା ଥାନା ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ଆଉ ୩ଜଣ ଫେରାର୍‌ ହୋଇଯାଇଛନ୍ତି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି। ଅପରପକ୍ଷେ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କ ଘର ହୀରାପୁର ଗ୍ରାମରେ ହୋଇଥିବା ବେଳେ ଅନ୍ୟ ଜଣେ ଓଉପଡ଼ା ଗ୍ରାମର ବୋଲି ପୁଲିସ କହିଛି। ସେମାନଙ୍କଠାରୁ ଏକ ଅଟୋ ଭର୍ତ୍ତି ଚୋରି ସାମଗ୍ରୀକୁ ପୁଲିସ ଜବତ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଲୁଟେରାମା‌ନେ ଗତରାତିରେ ସ୍ଥାନୀୟ ଗଡ଼ଶ୍ରୀରାମପୁର ଗ୍ରାମର ଅଶୋକ ଛୋଟରାୟଙ୍କ ଘରୁ ନଗଦ ୯ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ରୋଷେଇ ସରଞ୍ଜାମ ଏବଂ ମୂଲ୍ୟବାନ ଜିନିଷପତ୍ର ଚୋରି କରିଥିଲେ। ପରେ ସେହି ଗ୍ରାମର ସ୍ବର୍ଣ୍ଣଲତା ପାତ୍ରଙ୍କ ନଳକୂପରୁ ପାଣିଉଠା ମଟର ଲୁଟି ନେଇଥିଲେ। ପରେ ସେମାନେ ହୀରାପୁର ଗ୍ରାମରେ ଥିବା ଜଣେ ବିଲ୍ଡରଙ୍କ ଆଉଟ ହାଉସ୍‌ ଗ୍ରିଲ କବାଟ ଓ ଝରକା ତାଡ଼ି ଅଟୋରେ ଲଦି ଲୁଟି ନେବା ବେଳେ ଧରାପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ୩ଜଣ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe