ଗ୍ୟାରେଜ୍‌ରୁ ଚୋରି କରି ମ୍ୟାନେଜର ସହ ୩ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ବର: ଗ୍ୟାରେଜ୍‌ରୁ ଚୋରି ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ଚନ୍ଦ୍ରଶେଖରପୁର ଥାନା ପଟିଆ ଜେନା ସାହିର ଅନିଲ୍ ଜେନା ଓ ଡମଣା ହାଟ ବସ୍ତିର ଭାସ୍କର ଚନ୍ଦ୍ର ଦାସ ଓ ଗିରିଧାରୀ ବେହେରା। ଅନିଲ ଚୋରି ଜିନିଷ କିଣି ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଚୋରି କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି।

ସୂଚନା ମୁତାବକ, ପାତ୍ରପଡ଼ା ଯଦୁପୁରର ଏସ୍‌.କେ.ଆବିଦ୍‌ କିଡସ୍ ହସ୍ପିଟାଲ ନିକଟରେ ଗ୍ୟାରେଜ୍ କରିଛନ୍ତି। ଗିରିଧାରୀ ସେଠାରେ ମ୍ୟାନେଜର ଭାବେ କାମ କରୁଥିଲା। ଗତ ୭ ତାରିଖରେ ଗିରିଧାରୀ ଦୁଇ ସହଯୋଗୀଙ୍କ ସହ ମିଶି ଗ୍ୟାରେଜରୁ ଇଞ୍ଜିନ୍ ଅଏଲ୍ ସହ ପାର୍ଟସ୍ ଚୋରି କରିଥିଲା। ପରଦିନ ସକାଳେ ଆବିଦ୍ ଗ୍ୟାରେଜ ଆସିବା ପରେ ୬୦ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଦେଖିଥିଲେ। ମ୍ୟାନେଜର ଗିରିଧାରୀ ମଧ୍ୟ ବିନା ସୂଚନାରେ ଗାଁକୁ ଚାଲି ଯାଇଥିଲା। ଏଣୁ ତାଙ୍କର ସନ୍ଦେହ ହେବାରୁ ସେ ଖଣ୍ଡଗିରି ଥାନାରେ ଅଭି‌ଯୋଗ କରିଥିଲେ। ଆଜି ଡମଣା ହାଟ ନିକଟରୁ ପୁଲିସ ଅଭିଯୁକ୍ତମାନଙ୍କୁ ଧରିଥିଲା। ପରେ ‌ସେମାନେ ଅନିଲକୁ ବିକ୍ରି କରିଥିବା କହିବାରୁ ତାକୁ ମଧ୍ୟ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe