ତିନି ଲୁଟେରା ଗିରଫ, ଦୁଇ ବାଇକ୍‌ ଜବତ

ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

ଭୁବନେଶ୍ବର: ଲୁଟ୍‌ପାଟ କରି ଆତଙ୍କ ଖେଳାଇଥିବା ୩ ଲୁଟେରାଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିଛି। ଇନ୍‌ଫୋଭ୍ୟାଲି ଥାନା ପୁଲିସ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ସତ୍ୟବ୍ରତ ରଣା(୧୯) ଓ ରାକେଶ ନାଟୁଆ(୧୯)କୁ ଗିରଫ କରିଥିବା ବେଳେ କ୍ୟାପିଟାଲ୍‌ ଥାନା ଜଗତସିଂହପୁର ବାଲିକୁଦା ଅଞ୍ଚଳର ସରୋଜ ଦାସ(୨୦)କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ବାଇକ୍‌, ମୋବାଇଲ୍‌ ଓ ବହୁ ମାରଣାସ୍ତ୍ର ଜବତ କରାଯାଇଛି।

ସୂଚନା ମୁତାବକ, ଗତ ୧୧ ତାରିଖ ଦିନ ବାଦଲ ପରିଡ଼ା ନାମକ ଜଣେ ଯୁବକ ଯାଁଳାସ୍ଥିତ ଏକ ଫାଇନାନ୍ସ ସଂସ୍ଥାକୁ ସାକ୍ଷାତକାର ଦେବାକୁ ଆସିଥିଲେ। ସେ ଘରକୁ ଫେରୁଥିବା ବେଳେ ପିତାପଲ୍ଲୀ ନିକଟରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇ ଛୁରିରେ ଆକ୍ରମଣ କରିଥିଲେ। ତାଙ୍କ ସୁନାଚେନ୍‌, ଟଙ୍କା, ପର୍ସ ଏବଂ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏ ସଂପର୍କରେ ବାଦଲ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସେହିପରି ଗତ ୧୨ତାରିଖ ଦିନ ସନ୍ତୋଷ ନାୟକ ନାମକ ଜଣେ ଯୁବକ ୟୁନିଟ୍‌-୨ ମାର୍କେଟ୍‌ ପଛରେ ବାଇକ୍‌ ରଖି ଏକ ଦୋକାନକୁ ଯାଇଥିଲେ। ସେ ଫେରିବା ବେଳକୁ ତାଙ୍କ ବାଇକ୍‌ଟିକୁ କେହି ଦୁର୍ବୃତ୍ତ ଚୋରି କରିନେଇଥିଲା। ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ତଦନ୍ତ କରି ଆଜି ସରୋଜକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe