ମୂର୍ତ୍ତି ବିସର୍ଜନ ପାଇଁ ତିଆରି ହେଲା ୩ ଅସ୍ଥାୟୀ ପୋଖରୀ

ଅଗ୍ରପୂଜ୍ୟ ଶ୍ରୀଗଣନାଥଙ୍କ ଧରାବତରଣ ସହ ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ଏଭଳି ସ୍ଥିତିରେ ଗଣେଶ ମୂର୍ତ୍ତି ହେଉ କି ଅନ୍ୟ ଦେବଦେବୀ ମୂର୍ତ୍ତି ବିସର୍ଜନ ବେଳେ ଜଳ ଉତ୍ସ ପ୍ରଦୂଷିତ ହେଉଥିବାରୁ...

Untitled-4

ଭୁବନେଶ୍ବର: ଅଗ୍ରପୂଜ୍ୟ ଶ୍ରୀଗଣନାଥଙ୍କ ଧରାବତରଣ ସହ ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ଏଭଳି ସ୍ଥିତିରେ ଗଣେଶ ମୂର୍ତ୍ତି ହେଉ କି ଅନ୍ୟ ଦେବଦେବୀ ମୂର୍ତ୍ତି ବିସର୍ଜନ ବେଳେ ଜଳ ଉତ୍ସ ପ୍ରଦୂଷିତ ହେଉଥିବାରୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥାନ ସ୍ଥିରୀକୃତ କରିବା ସହ ଦୟା ଓ କୁଆଖାଇ ନିକଟରେ ତିନିଟି ଅସ୍ଥାୟୀ ପୋଖରୀ ଖନନ କରାଯାଇଛି।

ଯଦି କେହି ଅମାନିଆ ହୋଇ ଅନ୍ୟ ଜାଗାରେ ମୂର୍ତ୍ତି ବିସର୍ଜନ କରନ୍ତି, ସେମାନଙ୍କୁ ଜରିମାନା କରାଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି କହିଛି। ଏଥିପାଇଁ ଅସ୍ଥାୟୀ ପୋଖରୀ ତୁଠରେ ବି ସୂଚନା ଫଳକ ଲଗାଯାଇଛି। ବିଏମ୍‌ସି ପକ୍ଷରୁ କୁଆଖାଇ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ ଖୋଳାଯାଇଥିବା ବେଳେ ଦୟା ନଦୀ ନିକଟରେ ଗୋଟିଏ ଓ ବାସୁଆଘାଇ ନିକଟରେ ଆଉ ଗୋଟିଏ ପୋଖରୀ ଖୋଳାଯାଇଛି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି, ନଦୀକୁ ସିଧାସଳଖ ପ୍ରଦୂଷଣରୁ ରୋକିବା ପାଇଁ ଏଭଳି ଅସ୍ଥାୟୀ ପୋଖରୀ ସୃଷ୍ଟି କରାଯାଇଛି। ଏହି ପୋଖରୀଗୁଡ଼ିକ ବର୍ଜ୍ୟଜଳ ପ୍ରବାହକୁ ନିୟନ୍ତ୍ରଣ କରିବ ଓ ନଦୀ ପ୍ରଦୂଷଣକୁ ହ୍ରାସ କରିବ। ଏହା ଜୈବ ବିବିଧତାକୁ ଅକ୍ଷୁଣ୍ଣ ରଖିବା ସହ ସାଧାରଣ ଲୋକଙ୍କ ପାଇଁ ସୁସ୍ଥ ଓ ସ୍ବଚ୍ଛ ପରିବେଶ ସୁନିଶ୍ଚିତ କରିବ। ଏଣୁ  ସମସ୍ତେ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଏହି ସବୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe