ଭୁବନେଶ୍ୱରରେ ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ଟି ସୁନା ଚେନ ଜବତ

ଭୁବନେଶ୍ୱରରେ ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ, ୮ଟି ସୁନା ଚେନ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଲିସ ଲୁଟେରା ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ଏମାନଙ୍କର ଠାରୁ ୮ଟି ସୁନା ଚେନ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି, କ୍ୟାପିଟାଲ ଥାନା କାଳିମନ୍ଦିର ସଡ଼କ ବସ୍ତିରେ ରହୁଥିବା ନୟାଗଡ଼ ଇଟାମାଟି ଟିକିରର ସୁଦର୍ଶନ ନାଏକ, ଜାଗୃତି ଅଫିସ୍‌ କଡ଼ କଳ୍ପନା ଫ୍ଲାଟ୍‌ରେ ରହୁଥିବା ଖଣ୍ଡପଡ଼ା ଜାକେଲା କଲୋନିର ବୁଲୁ ନାଏକ, କ୍ୟାପିଟାଲ ଥାନା ତାରିଣୀ ବସ୍ତିରେ ରହୁଥିବା ସର୍ବେଶ୍ବର ଗୋଛାୟତ, ଚୋରା ଜିନିଷ କିଣିଥିବା ଗ୍ରାହକ ବଡ଼ଗଡ଼ ନୂଆସାହିର ଲୋଚନ ବେହେରା ଓ ଖଣ୍ଡଗିରି ଭରତପୁର ତେଲୁଗୁ ବସ୍ତିରେ ରହୁଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜିପୁରର ଯୋଗେନ୍ଦ୍ର ମହାରଣାଙ୍କ ପୁଅ ସୁଶାନ୍ତ କୁମାର ମହାରଣା।

publive-image Photo: Sambad

ଅଭିଯୁକ୍ତମାନେ ଅନ୍ଧାର ଗଳି କିମ୍ବା ଏକୁଟିଆ ପାଇ ନୁହେଁ, ବରଂ ଜନଗହଳିପୂର୍ଣ୍ଣ ରାସ୍ତାରେ ବେକରୁ ଝାମ୍ପି ନେଉଥିଲେ ସୁନା ଚେନ୍‌। କେତେବେଳେ ଭୁବନେଶ୍ବର ସହର ଆଉ ଉପକଣ୍ଠରେ ତ’ କେତେବେ‌ଳେ ଘର ସାମ୍ନାରୁ ଭିଡ଼ି ନେଉଥିଲେ। ଏମାନଙ୍କ ଉତ୍ପାତରେ ତ୍ରାହି ତ୍ରାହି ଡାକୁଥିଲେ ରାଜଧାନୀବାସୀ ଆଉ କମିସନରେଟ୍‌ ପୁଲିସର ହଜିଥିଲା ନିଦ। ଦୀର୍ଘ ୪ ବର୍ଷ କାଳ ଏଭଳି କାଣ୍ଡ ଘଟାଇବା ପରେ କମିସନରେଟ୍‌ ପୁଲିସ ହାତରେ ଧରା ପଡ଼ିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣ। ସେମାନଙ୍କ ସହ ଏହି ଚୋରା ଜିନିଷ କିଣିଥିବା ୨ ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୬୫ ଗ୍ରାମ୍‌ ଓଜନର ୮ଟି ସୁନା ଚେନ୍‌ ଜବତ କରାଯାଇଛି। ଏହି କାରବାରରେ ବ୍ୟବହାର ହେଉଥିବା ଦୁଇଟି ଦାମୀ ବାଇକ୍‌ ମଧ୍ୟ ଜବତ ହୋଇଛି। ସମସ୍ତଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe