ଧଉଳି ଶାନ୍ତିସ୍ତୂପରେ ବଜ୍ରପାତ: ପୋଡ଼ିଗଲା ବିପଦସୂଚକ ରେଡ୍‌ ଲାଇଟ୍‌

Advertisment
ଧଉଳି ଶାନ୍ତିସ୍ତୂପରେ ବଜ୍ରପାତ: ପୋଡ଼ିଗଲା ବିପଦସୂଚକ ରେଡ୍‌ ଲାଇଟ୍‌

ଧଉଳି: ଆଜି ସନ୍ଧ୍ୟାରେ ଧଉଳି ଶାନ୍ତିସ୍ତୂପରେ ବଜ୍ରପାତ ହୋଇଛି। ବଜ୍ରପାତଜନିତ କ୍ଷୟକ୍ଷତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନଥିଲେ ହେଁ ଶିଖରରେ ଲାଗିଥିବା ବିପଦସୂଚକ ରେଡ୍‌ ଲାଇଟ୍‌ ନଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ଶିଖରରେ ଥିବା ଅନ୍ୟ କିଛି କଳାକୃତି ମଧ୍ୟ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ବର୍ଷା ପରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଘନ ଅନ୍ଧାରରେ ଅଧିକ କ୍ଷୟକ୍ଷତି ନେଇ କିଛି ଜଣାପଡ଼ିନାହିଁ। ଆଜି ସନ୍ଧ୍ୟା ୬ଟା ସମୟରେ ପ୍ରବଳ ମେଘପବନ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା ହଠାତ୍ ପ୍ରଚଣ୍ଡ ଶବ୍ଦ କରି ଏକ ବଜ୍ରପାତ ହୋଇଥିଲା। ଫଳରେ ଶାନ୍ତିସ୍ତୂପ ଶିଖର ଧୂଆଁମୟ ହୋଇଯାଇଥିଲା। କିଛି କ୍ଷଣ ପାଇଁ ସମଗ୍ର ଧଉଳିଗିରି ଥରି ଉଠିଥିଲା।

ସେତେବେଳେ ଅଳ୍ପ କିଛି ପର୍ଯ୍ୟଟକ ଥିଲେ। ସେମାନେ ଭୟରେ ନିରାପଦ ସ୍ଥାନକୁ ଧାଇଁବା‌କୁ ଲାଗିଥିଲେ। ସୌଭାଗ୍ୟକୁ ବଜ୍ରପାତରେ ଅନ୍ୟ କାହାର କିଛି କ୍ଷତି ହୋଇନାହିଁ। କିନ୍ତୁ ବିପଦସୂଚକ ରେଡ୍‌ ଲାଇଟ୍‌ ଆଉ ନ ଜଳିବାରୁ ସେଇଟି ପୋଡ଼ିଯାଇଥିବା ଜଣାପଡ଼ିଥିଲା। ତେଣୁ ଶିଖରରେ ଥିବା ଅଶୋକଚକ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଶାନ୍ତିସ୍ତୂପ ଶିଖରରେ ଏହି ନାଲି ଲାଇଟ୍‌ ଲଗାଇଥିଲେ। ଏହା ଦିନରାତି ସବୁବେଳେ ଜଳୁଥାଏ। ଭୁବନେଶ୍ବର ବିମାନବନ୍ଦରକୁ ଯାତାୟାତ କରୁଥିବା ଫ୍ଲାଇଟ୍‌ ଓ ହେଲିକପ୍ଟର ପାଇଁ ଏହି ସତର୍କ ସୂଚନା ଦେଉଥିଲା। ପର୍ଯ୍ୟଟନ ବିଭାଗ ଏହାର ରକ୍ଷଣାବେକ୍ଷଣ କରୁଥିଲା ଏବଂ ଖରାପ ହେଲେ ବିମାନବନ୍ଦର କର୍ତ୍ତୃପକ୍ଷ ନୂଆ ଲାଇଟ୍‌ ଲଗାଉଥିଲେ। ବଜ୍ରପାତରେ ନାଲି ଲାଇଟ୍‌ ନଷ୍ଟ ହୋଇଯାଇଥିବା ନେଇ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe